ଭୁବନେଶ୍ୱରେ ହେବ ଆଇଟି ଉକ୍ରର୍ଷ କେନ୍ଦ୍ର
ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଦିନ
ଭୁବନେଶ୍ୱର, ୭ା୪(ବୁ୍ୟରୋ): ସଫ୍ଟୱେର ଇଂଜିନିୟର ଏବଂ ଆଇଟି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆଇଟି ଏବଂ ଆଇଟିଏସ୍ କ୍ଷେତ୍ରରେ ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ଜାପାନର ଫୁଜି ସଫ୍ଟ ଗ୍ରୁପ୍ ଭୁବନେଶ୍ୱରରେ ଏକ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ଖୋଲିବାକୁ ପ୍ରସ୍ତାବ ଦେଇଛି । ଟୋକିଓରେ ତୃତୀୟ ଦିନ ଓଡିଶା ବିଜିନେସ୍ ସମ୍ମିଟ୍ରେ ଏହି ପ୍ରସ୍ତାବ ଦେଇଛି ଫୁଜି ଗ୍ରୁପ୍ ।
ଓଡିଶା ବିଜିନେସ୍ ମିଟ୍ ୨୦୨୩ର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବିଭିନ୍ନ ପୁଞ୍ଜିୁନିବେଶକାରୀ ଓ ଉଦ୍ୟୋଗୀଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିଥିଲେ । ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, କେଟ୍ରୋ କାର୍ଯ୍ୟ ନିର୍ବାହୀ ଉପାଧ୍ୟକ୍ଷ ମି. ନାକାକୋ, ଭାରତୀୟ ଦୂତାବାସର ଡେପୁଟୀ ହେଡ୍ ଅଫ୍ ମିଶନ୍ ମାୟଙ୍କ ଯୋଶୀ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ପ୍ରମୁଖ ଆଇଟି ଏବଂ ଆଇଟିଏସ୍, ସ୍ପିଲିଂ, ଲଜିଷ୍ଟିକ୍ସ୍ ଏବଂ ସିପିଂ ଲାଇନ୍ ଷ୍ଟଲୱାର୍ଟଙ୍କୁ ଭେଟି ୱାନ୍-ଟୁ-ୱାନ୍ ଆଲୋଚନା କରିଥିଲେ ।
ରାଜ୍ୟରେ ଦକ୍ଷତା ବିକାଶ ପଦକ୍ଷେପକୁ ଦୃଷ୍ଟିରେ ରଖି ଓଡିଶା ଟେକ୍ନୋଲଜି ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି ସହିତ ଅନୁବନ୍ଧିତ ହୋଇ ଜାପାନ କୈନ୍ଦ୍ରିକ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ । ଏଥିପାଇଁ ଆଇଆଇଟି ସହିତ ଆଲୋଚନା ଜାରି ରହିଛି । ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆର ନୂତନ ସୂର୍ଯେ୍ୟଦୟ କ୍ଷେତ୍ର ପାଇଁ ଲଜିଷ୍ଟି କ୍ଏବଂ ଷ୍ଟୋରେଜ୍ ବହୁ ପରିମାଣର ପୁଞ୍ଜି ଆକର୍ଷଣ କରିବାରେ ଲାଗିଛି । ଏହି ଅଧୁନିକ ପଦକ୍ଷେପଗୁଡିକ ସହିତ ଯୋଡି ହୋଇଥିବା ଦୁଇ ଜଣ ଷ୍ଟଲୱାର୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭେଟିଥିଲେ । ପ୍ରଥମେ ଏନୱାଇକେ ଲାଇନ୍ସ ଗ୍ରୀନ ଆମୋନିଆ ପରିବହନ ପାଇଁ ପାରଦୀପ, ଗୋପାଳପୁର ଓ ଧାମରା ଠାରୁ ଆରମ୍ଭ କରି ଉତ୍ସର୍ଗୀକୃତ ସିପିଂ ଲାଇନ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ବିଶେଷ କରି ଦକ୍ଷିଣ ପୂର୍ବ ଏସିଆ ଜାପାନ ସେକ୍ଟର ପର୍ଯ୍ୟନ୍ତ ସିପିଂ ଲାଇନ ସ୍ଥାପନ କରିବାକୁ ଆଲୋଚନା ହୋଇଛି । ଏନେଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରେ ଓଡିଶାକୁ ଏକ ଅନୁକୂଳ ପୁଞ୍ଜିନିବେଶ ଲକ୍ଷ୍ୟ ଭାବରେ ପ୍ରୋତ୍ସାହିତ କରିବା ଏବଂ ଜାପାନ ସହିତ ଉଦୀୟମାନ ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢୀଭୂତ କରିଛି ।