ନୁ୍ୟୟର୍କରେ ରେକର୍ଡ କଲା ଚିନି ଦର
ଭାରତରୁ ରପ୍ତାନୀ ବନ୍ଦ
ନୂଆଦିଲ୍ଲୀ (ଏଜେନ୍ସି): ବିଶ୍ୱର ୨ୟ ବୃହତ୍ତମ ଚିନି ଉତ୍ପାଦନକାରୀ ଦେଶ ଭାରତରେ ଉତ୍ପାଦନ ହ୍ରାସ ପାଇବାରୁ ବିଶ୍ୱ ବଜାରରେ ଚିନି ଦର ଗତ ୬ ବର୍ଷର ରେକର୍ଡ ଭାଙ୍ଗିଛି । ନୁ୍ୟୟର୍କରେ ଚିନି ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଭାରତ ଚିନି ରପ୍ତାନୀ କମାଇବାରୁ ବିା୍ବ ବଜାର ପ୍ରଭାବିତ ହୋଇଛି । ଭାରତରେ ଚିନି ଉତ୍ପାଦନ ହ୍ରାସ ଏବଂ ପାକିସ୍ତାନ ଓ ଥାଇଲାଣ୍ଡ ସମେତ ଅନ୍ୟାନ୍ୟ ଦେଶରୁ କମ୍ ଯୋଗାଣ ଯୋଗୁଁ ଚଳିତ ସପ୍ତାହରେ ଅଶୋଧିତ ଚିନି ଦର ୫% ବୃଦ୍ଧି ପାଇଛି । ନୁ୍ୟୟର୍କରେ ଅଶୋଧିତ ଚିନି ଦର ୨.୨% ବୃଦ୍ଧି ପାଇ ପାଉଣ୍ଡ ପିଛା ୨୩.୪୬ ଡଲାରରେ ପହଞ୍ଚିଛି । ଯାହା କି ୨୦୧୬ ଅକ୍ଟୋବର ପରଠାରୁ ସର୍ବାଧିକ ।
ବ୍ରାଜିଲ୍ ଏବଂ ଭାରତର ଚିନି କଳଗୁଡ଼ିକ ପେଟ୍ରୋଲ ପାଇଁ ଇଥାନଲ୍ ପ୍ରସ୍ତୁତିରେ ଅଧିକ ଆଖୁ ବ୍ୟବହାର କରୁଥିବାରୁ ଚିନି ଦରବ୍ୟୃଦ୍ଧିର ଏହା ଆଉ ଏକ କାରଣ ବୋଲି କୁହାଯାଉଛି । ପ୍ରାଇସ୍ ଫୁ୍ୟଚର୍ସ ଗ୍ରୁପ୍ ଉପାଧ୍ୟକ୍ଷ ଜ୍ୟାକ୍ ସ୍କୋଭିଲ୍ କହିଛନ୍ତି, ଚିନି ଉତ୍ପାଦନରେ ବ୍ୟାପକ ହ୍ରାସ ଘଟିଥିବାରୁ ଦାମ ବଢ଼ୁଛି । ଏହାସହିତ ମହାରାଷ୍ଟ୍ରରେ ଅଦିନିଆ ବର୍ଷା କାରଣରୁ ଆଖୁ ·ଷ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଫଳରେ ଚିନି କଳକୁ କମ ଆଖୁ ଯାଉଛି । ଚାହିଦା ପୂରଣ ଲାଗି ବ୍ୟବସାୟୀମାନେ ବ୍ରାଜିଲର ଆଖୁ ଫସଲ ଏବଂ ଚିନି ଉତ୍ପାଦନ ଉପରେ ନଜର ରଖିଛନ୍ତି । ବ୍ରାଜିଲ ହେଉଛି ବିଶ୍ୱର ସବୁଠାରୁ ବଡ଼ ଚିନି ଉତ୍ପାଦନକାରୀ ଦେଶ ।