ପଞ୍ଜାବ ସରକାରଙ୍କ ନିଦ ହଜାଇଛି ଅମୃତ
ନୂଆଦିଲ୍ଲୀ (ଏଜେନ୍ସି): ପଞ୍ଜାବ ସରକାରଙ୍କ ନିଦ ହଜାଇଛି ଖଲିସ୍ତାନୀ ନେତା ତଥା ‘ୱାରିସ୍ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ । ବହୁଦିନ ଧରି ସୁପ୍ତ ଅବସ୍ଥାରେ ଥିବା ଖଲିସ୍ତାନୀ ଆନେ୍ଦାଳନକୁ ତେଜି ପଞ୍ଜାବରେ ଅଶାନ୍ତି ସୃଷ୍ଟି କରିଥିବା ଅମୃତ ପାଲ ତିନି ସପ୍ତାହ ହେଲା ଫେରାର୍ ରହିଛି । ତାକୁ ଧରିବା ଲାଗି ଉଦ୍ୟମ ଜାରି ଥିବା ବେଳେ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମସ୍ତ ପୁଲିସଙ୍କ ଛୁଟି ବାତିଲ କରାଯାଇଛି । ଏହାସହିତ ୧୪ ପର୍ଯ୍ୟନ୍ତ ସମସ୍ତ ଗେଜେଟେଡ୍ ଏବଂ ଅଣ-ଗେଜେଟେଡ୍ ଅଧିକାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଆଗକୁ ବୈଶାଖି ଥିବାରୁ ଅମୃତ ପଞ୍ଜାବ ଫେରି କିମ୍ବା ନିଜ ଅନୁଗତମାନଙ୍କ ଜରିଆରେ ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସବୁ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ସେ ଏକ ମୋଟର ଟ୍ରଲିରେ ଖସିଯାଇଥିବା ସୂଚନା ପାଇ ପୁଲିସ ସଂପୃକ୍ତ ଟ୍ରଲି ଚାଳକଙ୍କୁ ପଚରା ଉଚରା କରିଛି । ବେଶ ବଦଳାଇଥିବା ଅମୃତପାଲକୁ ଧରିବା ଲାଗି ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରାଖଣ୍ଡର ଡେରୁଡୁନ, ହରିଦ୍ୱାରା ଓ ଉଦ୍ଧମ ସିଂହ ନଗରରେ ଆଲର୍ଟ ଜାରି କରାଯାଇଛି । ପଞ୍ଜାବରୁ ଖସିଯିବା ପରେ ହରିଆଣାର କୁରୁକ୍ଷେତ୍ରରେ ରହିଥିଲା । ସେ ଓ ତା’ ସହଯୋଗୀ ପପଲପ୍ରୀତ ସିଂହ ସେଠାରେ ଜଣେ ମହିଳାଙ୍କ ଘରେ ରହିଥିଲେ । ଉକ୍ତ ମହିଳାଙ୍କୁ ପୁଲିସ୍ ଗିରଫ କରିଛି । ସେଠାରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ସେ ଉଦ୍ୟମ କରୁଥିବା ପୁଲିସ ସନେ୍ଦହ କରୁଛି ।