‘ଗୋ-ବ୍ୟାକ୍ ଆନ୍ଧ୍ର’ରେ କମ୍ପିଲା କୋଟିଆ
ଭୁବନେଶ୍ୱର/କୋରାପୁଟ, ୧ା୪(ବୁ୍ୟରୋ): କୋଟିଆ ମାଟିରୁ ଆନ୍ଧ୍ର ପ୍ରଦେଶକୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ । କୋଟିଆର ସବୁ ଗାଁ ଓଡ଼ିଶାର । ସୂର୍ଯ୍ୟ, ଚନ୍ଦ୍ର, ପାଣି ଓ ପବନ ଭଳି ଏହା ଧ୍ରୁବ ସତ୍ୟ । କୋଟିଆ ଓଡ଼ିଶା, ଆନ୍ଧ୍ରର ଏଠାରେ କୌଣସି ହକ୍ ନାହିଁ କହି ଚେତାବନୀ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉକ୍ରଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତରେ ଯାଇଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କୋଟିଆବାସୀଙ୍କ ସହ ସେ ଉକ୍ରଳ ଦିବସ ପାଳନ କରିଛନ୍ତି । କୋଟିଆ ସୀମା ବିବାଦ ନେଇ ମଧ୍ୟ ଧର୍ମେନ୍ଦ୍ର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେଆନ୍ଧ୍ରର କିଛି ଲୋକଙ୍କୁ କୋଟିଆରେ ଦେଖିବାକୁ ପାଇଥିଲେ ଧର୍ମେନ୍ଦ୍ର ଏବଂ ଆପଣମାନେ ଏଠାରେ କାହିଁକି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଆନ୍ଧ୍ରକୁ ଖୋଲା ଚେତାବନୀ ଦେଇ ସେ କହିଥିଲେ, ନୋ ଆନ୍ଧ୍ର! କୋଟିଆ ଓଡ଼ିଶାର, ପ୍ଲିଜ୍ ଗୋ ବ୍ୟାକ୍, ଆନ୍ଧ୍ର ଗୋ ବ୍ୟାକ୍ । ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନାରାରେ କମ୍ପି ଉଠିଥିଲା ପୂରା କୋଟିଆ । କେନ୍ଦ୍ରମନ୍ତ୍ରୀ ଶନିବାର କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ କୋଟିଆର ଫାଟୁସିନେରି ଗାଁ ସମେତ ସେଠାରେ ଥିବା ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର, ପୋଷ୍ଟ ଅଫିସ, ବ୍ୟାଙ୍କ୍, ଆଦିମ ଗୁରୁକୁଳ ଆଶ୍ରମ, ମନ୍ଦିର ସମେତ ବିଭିନ୍ନ ସ୍ଥାନ ବୁଲିଥିଲେ । ଢେମସା ନୃତ୍ୟ କରୁଥିବା ମହିଳାମାନଙ୍କ ସହ କଥା ହୋଇଥିଲେ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କୋଟିଆ ଓ ଫାଟୁସିନେରି ଗ୍ରାମବାସୀଙ୍କ ସହ “ଉକ୍ରଳ ଦିବସ’ ପାଳନ କରିଥିଲେ ଏବଂ ପରେ ସେମାନଙ୍କ ସହ ରାଜ୍ୟ ସଙ୍ଗୀତ “ବନେ୍ଦ ଉକ୍ରଳ ଜନନୀ’ ଗାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଉଲ୍ଲେଖନୀୟ ଯେ ଶ୍ରୀ ପ୍ରଧାନ କୋଟିଆ ଗ୍ରାମ ପଞ୍ଚାୟତର ଫାଟୁସିନେରି ଗସ୍ତ କରିବା ସହ ସାଧାରଣ ନାଗରିକଙ୍କ ସହ ମୌଳିକ ସମସ୍ୟା ନେଇ ଆଲୋଚନା କରିଥିଲେ । ଫାଟୁସିନେରି ଠାରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେମିଳିଗୁଡା ବ୍ଲକ କୁନ୍ଦୁଲି ସ୍ଥିତ ଆଦିମ ଗୁରୁକୁଳ ଆଶ୍ରମ ଏବଂ କୋଟିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଦାମନଯୋଡି ସ୍ଥିତ ହନୁମାନ ମନ୍ଦିର ଓ କୋଟିଆ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ । ଦାମନଯୋଡି ଷ୍ଟେସନ ସମେତ ପଟାଙ୍ଗୀ, ସିମିଳିଗୁଡ଼ା ଓ କୁନ୍ଦୁଲି ଠାରେ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବଡସାହୀ ବିଧାୟକ ସନାତନ ବିଜୁଳି ଏବଂ ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ସାମିଲ ହୋଇଥିଲେ ।
ଅନ୍ୟ ପଟେ ବିଜେଡି ପକ୍ଷରୁ କୋରାପୁଟ ଜିଲ୍ଲାର ସମସ୍ତ ଆଗ ଧାଡ଼ିର ନେତା ପହଞ୍ଚô ପାଳିଥିଲେ ଉକ୍ରଳ ଦିବସ । ପ୍ରଥମେ ବନେ୍ଦ ଉକ୍ରଳ ଜନନୀ ନାରାରେ ଫାଟିପଡିଥିଲା କୋଟିଆ ଅଞ୍ଚଳ । ସମସ୍ତେ ଏକା ସ୍ୱରରେ କୋଟିଆ ଓଡ଼ିଶାର ଓ ଓଡ଼ିଶାରେ ହିଁ ରହିବ । ଆନ୍ଧ୍ର ଯେତେ କାରସାତି କଲେ ମଧ୍ୟ ଓଡ଼ିଶାରୁ କୋଟିଆକୁ ଛଡେଇ ନେଇପାରିବେ ନାହିଁ ବୋଲି ସମସ୍ତ ମଞ୍ଚାସୀନ ଅତିଥିମାନେ କହିଥିଲେ । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ନବରଙ୍ଗପୁର ସଂସାଦ ରମେଶ ଚନ୍ଦ୍ର ମାଝି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପିତମ ପାଢୀ, ଚନ୍ଦ୍ରଶେଖର ମାଝି, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ଲଷ୍ମୀପୁର ବିଧାୟକ ପ୍ରଭୁ ଯାନୀ, ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ହରି ଶଙ୍କର ରାଉତ ଅଭିଭକ୍ତ କୋରାପୁଟ ଜିଲ୍ଲା ତଥା ଗଜପତି ଜିଲ୍ଲା ପର୍ଯବେକ୍ଷକ, ଜିଲ୍ଲା ପରିଷଦ ସଭ୍ୟ ଲାଇଚନ ଖରା, ସମସ୍ତ ବ୍ଲକ ସଭାପତି, ବିଜେଡି କର୍ମୀ ପ୍ରମୁଖଙ୍କ ସମେତ ଅନ୍ୟ ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ । ପୂର୍ବରୁ କୋଟିଆ ଏଭଳି ଉକ୍ରଳ ଦିବସ କେବେ ପାଳନ କରାଯାଇ ନଥିବା ଆଲୋଚନା ହେଉଛି ।