୭ ବରଯାତ୍ରୀଙ୍କ ଜଳସମାଧି

କେନାଲକୁ ଖସିପଡ଼ିଲା ବୋଲେରୋ
ସମସ୍ତଙ୍କ ବୟସ ୨୦ରୁ ୨୨
ସମ୍ବଲପୁର, ୩୧ା୩ (ଆପ୍ର): ଗୁରୁବାର ରାତି ଥିଲା ବଡ଼ଧର ଗ୍ରାମ ପାଇଁ କାଳରାତ୍ରୀ । ଝାରସୁଗୁଡ଼ା ଜିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାଣପୁରକୁ ବରଯାତ୍ରୀ ଆସି ଭୋଜି ଖାଇ, ମଉଜମସ୍ତି କରି ବୋଲେରୋ ଗାଡିରେ ଫେରୁଥିଲେ । ଗାଡିଟି କେନାଲ ଭିତରକୁ ଖସିପଡିବାରୁ ୭ ଜଣ ବରଯାତ୍ରୀ ଅକାଳରେ ପ୍ରାଣ ହରାଇଥିଲେ ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ଜଣ ଆହତ ହୋଇଛନ୍ତି । ୭ ଜଣ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ, ସୂରଜ ସେଠ, ଦିବ୍ୟ ଲୁହା, ଅଜିତ ଖମାରି, ରମାକାନ୍ତ ଭୟର ଓ ଡ୍ରାଇଭର ଶତ୍ରୁଘ୍ନ ଭୋଇ । ଡ୍ରାଇଭର ଶତ୍ରୁଘ୍ନଙ୍କ ଶବ ଶେଷରେ ମିଳିଥିଲା । ସୂଚନା ଅନୁଯାୟୀ, ହସଖୁସିରେ ବରଯାତ୍ରୀମାନେ କନ୍ୟାଘରେ ପହଞ୍ଚିଥିଲେ । ଭୋଜି ଖାଇସାରିବା ପରେ ସେମାନେ କନ୍ୟା ଘରୁ ନିଜ ଘର କନକତୁରା ବଡ଼ଧରା ଗ୍ରାମକୁ ଫେରୁଥିଲେ । ବୋଲେରୋରେ ମୋଟ୍ ୧୧ ଜଣ ବରଯାତ୍ରୀ ଥିଲେ । ସେମାନେ ଫେରିବା ବେଳେ ପ୍ରବଳ ବର୍ଷା ହେଉଥିଲା । ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ବୁଲାଣିରେ ପହଞ୍ଚôବା ମାତ୍ରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରକୁ ପଶି ଓଲଟି ପଡ଼ିଥିଲା । ସେଠାରେ ତୀଖ ବୁଲାଣି ଯୋଗୁଁ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା । ଏହି ଘଟଣାଟି ରାତି ପ୍ରାୟ ୩ଟା ସମୟରେ ଘଟିଥିଲା । ଗାଡ଼ିଟି ଓଲଟି ପଡ଼ିବାରୁ ଗାଡ଼ି ଭିତରେ ଥିବା ଯୁବକମାନେ ସମସ୍ତେ ବାହାରି ପାରିନଥିଲେ । କୌଶଳକ୍ରମେ ଜଣେ ଯୁବକ ବାହାରି ତାଙ୍କ ସମ୍ପର୍କୀୟମାନଙ୍କୁ ଫୋନ କରିଥିଲେ । ଘଟଣାସ୍ଥଳରେ ସମସ୍ତେ ପହଞ୍ଚô ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଗାଡ଼ିରୁ ୩ ଜଣ ବାହାରି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ଗାଡ଼ି ଚାଳକଙ୍କ ସହ ଆଉ ୭ ଜଣ ବାହାରି ପାରି ନଥିଲେ । ସେହି ୭ ଜଣଙ୍କୁ ଉଦ୍ଧାର କରାଯାଇ ସମ୍ବଲପୁର ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଚିକିତ୍ସାଳୟରେ ପୁଲିସ ପହଞ୍ଚô ତଦନ୍ତ କରୁଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *