ରାଷ୍ଟ୍ରପତି ପ୍ରାର୍ଥିତ୍ୱ ପୂର୍ବରୁ ଅଡ଼ୁଆ
ଟ୍ରମ୍ପଙ୍କ ବିରୋଧରେ ମାମଲା ଚାଲିବ
ୱାଶିଂଟନ୍ (ଏଜେନ୍ସି): ‘ହସ୍ ମନି’ ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ସତ୍ୟତା ରହିଛି । ଏଥିପାଇଁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଲାଗି ମାନହାଟ୍ଟନ ଗ୍ରାଣ୍ଡଜୁରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅନୈତିକ ସଂପର୍କକୁ ପ୍ରଘଟ ନ କରିବା ଲାଗି ଟ୍ରମ୍ପ୍ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକା ପର୍ଣ୍ଣ ଫିଲ୍ମ ଇଣ୍ଡର୍ଷ୍ଟିଜ୍ର ଜଣାଶୁଣା ଚେହେରା ଷ୍ଟର୍ମୀ ଡାନିଏଲ୍ସଙ୍କୁ ୧ ଲକ୍ଷ ୩ ହଜାର ଡଲାର ଦେଇଥିଲେ । ଷ୍ଟର୍ମୀ ଡାନିଏଲ୍ସଙ୍କ ସହିତ ଟ୍ରମ୍ପ ଶାରୀରିକ ସମ୍ପର୍କ ରଖିଥିଲେ । ଚୁପ ରହିବା ପାଇଁ ଟ୍ରମ୍ପ ତାଙ୍କୁ ଅର୍ଥ ଦେଇଥିବା ଅଭିଯୋଗ ପରେ ମାନହାଟ୍ଟନ ଗ୍ରାଣ୍ଡଜୁରୀ ତଦନ୍ତ କରି ୪୦ କାଉଣ୍ଟରେ ଦୋଷାରୋପ କରିଥିଲେ । ପ୍ରାଥମିକ ତଦନ୍ତରେ ଅଭିଯୋଗର ସତ୍ୟତା ଥିବା ଉପଲବ୍ଧ କରି ତାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ ନିଦେ୍ର୍ଦଶ ଦିଆଯାଇଛି । ନୁ୍ୟୟର୍କରେ ମାମଲା ଚାଲିବ । ଏହି ଘଟଣା ପରେ ଟ୍ରମ୍ପ ଅଡ଼ୁଆରେ ପଡ଼ିଛନ୍ତି ।
ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ଆମେରିକାରେ ପ୍ରଥମ ଘଟଣା । ଗୋଟିଏ ପଟେ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିବାଚନ ଲାଗି ପ୍ରସ୍ତୁତି ଚଳାଇଥିବା ସମୟରେ ଅନ୍ୟପଟେ ତଦନ୍ତ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସେ ମଙ୍ଗଳବାର ନୁ୍ୟୟର୍କରେ ଆତ୍ମସମର୍ପଣ କରିବାର ସମ୍ଭାବନା ରହିଥିବା ଗଣମାଧ୍ୟମ ପକ୍ଷରୁ କୁହାଯାଇଛି । ଟ୍ରମ୍ପଙ୍କ ଓକିଲ ଷ୍ଟର୍ମୀଙ୍କ ମୁହଁ ବନ୍ଦ କରିବା ଲାଗି ଉପରୋକ୍ତ ଅର୍ଥ ଦେଇଥିଲେ ।
ୱାଲ୍ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, ଡାନିଏଲ୍ସ ୨୦୧୬ରେ ଏବିସି ନୁ୍ୟଜ୍କୁ ସାକ୍ଷାତକାର ଦେଇ ଟ୍ରମ୍ପଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିବା ଆରମ୍ଭ କରିଥିଲେ । କାଳେ ସେ ସବୁ ଗୁମର ଖୋଲି ଦେବେ, ସେହି ଭୟରେ ତାଙ୍କୁ ହସ୍ ମନି ଦିଆଯାଇଥିଲା । ଡେମୋକ୍ରାଟିକ୍ ମାନହାଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଅଲଭିନ ବ୍ରାଗ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଟ୍ରମ୍ପ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହା ପଛରେ ରାଜନୈତିକ ଦୁରଭିସନ୍ଧି ଥିବା କହିଛନ୍ତି ।