ଆଜି ମିଳିବ କାଳିଆ କିସ୍ତି
ଭୁବନେଶ୍ୱର, ୩୧ା୩ (ବୁ୍ୟରୋ): ଉକ୍ରଳ ଦିବସରେ ଚାଷୀଙ୍କୁ ମିଳିବ କାଳିଆ କିସ୍ତି । ଶନିବାର ମୁଖ୍ୟମନ୍ତ୍ରୀ ଏହି ଅର୍ଥ ବଣ୍ଟନ କରିବେ । ଭିଡିଓ କନ୍ଫେରେନ୍ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ଚାଷୀଙ୍କୁ ବଣ୍ଟନ କରିବେ । ରାଜ୍ୟର ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀ କାଳିଆ ଯୋଜନାରେ ଉପକୃତ ହେବେ । ତେବେ ଝାରସୁଗୁଡା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେହି ଜିଲ୍ଲାର ହିତାଧିକାରୀମାନଙ୍କୁ ଉପନିର୍ବାଚନ ପରେ କିସ୍ତି ପ୍ରଦାନ କରାଯିବ ।
ଚାଷୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ୨୦୧୮ ମସିହାରେ କାଳିଆ ଯୋଜନା କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ବର୍ଷ ଉକ୍ରଳ ଦିବସ ଅବସରରେ ଗୋଟିଏ କିସ୍ତି ଏବଂ ଅକ୍ଷୟ ତୃତୀୟା ଅବସରରେ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଉଛି । ଏହି ଯୋଜନାରେ ରାଜ୍ୟର ୫୩ ଲକ୍ଷ ଚାଷୀଙ୍କ ସମେତ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ମଧ୍ୟ ଉପକୃତ ହେଉଛନ୍ତି ।