ଏନ୍ଆଇଏ ତଦନ୍ତ ଦାବିରେ ପିଆଇଏଲ୍
ହାୱଡ଼ାରେ ପୁଣି ହିଂସା, ପୁଲିସର ଟିୟର ଗ୍ୟାସ୍ ପ୍ରୟୋଗ
କୋଲକାତା (ଏଜେନ୍ସି): ରାମ ନବମୀରେ ମହାରାଷ୍ଟ୍ରର ସମ୍ଭାଜୀ ନଗର ଓ ଗୁଜରାଟର ବଡୋଦରାରେ ସୃଷ୍ଟି ହୋଇଥିବା ହିଂସା ଥମିଥିଲେ ବି ପଶ୍ଚିମବଙ୍ଗର ହାୱଡ଼ାରେ ଏପର୍ଯ୍ୟନ୍ତ ସ୍ଥିତି ସ୍ୱାଭାବିକ ହୋଇନାହିଁ । ହାଓଡାର ଶିବପୁର ଅଞ୍ଚଳରେ ପୁଲିସ ଗତ ରାତିରୁ ରାସ୍ତାଘାଟ ବନ୍ଦ କରିଥିଲା । ଶୁକ୍ରବାର ସକାଳେ ରାସ୍ତା ଖୋଲାଯିବା ପରେ ପୁଣି ଗଣ୍ଡଗୋଳ ସହିତ ପଥର ମାଡ଼ ଆରମ୍ଭ ହୋଇଯାଇଥିଲା । କିଛି ଲୋକ ଛାତ ଉପରେ ରହି ପୁଲିସ ବାହିନୀ ଓ ରାସ୍ତା ୁପରକୁ ଷଯକାମାଡ଼ କରିବାରୁ ବହୁ ସାଧାରଣ ଜନତା ଆହତ ହୋଇଛନ୍ତି । ଖରବ ସଂଗ୍ରହ କରୁଥିବା ଟାଇମ୍ସ ନେଟ୍ୱର୍କର ଜଣେ ପ୍ରନିତିଧଙ୍କ ମୁଣ୍ଡରେ ଟେକା ବାଜିଛି ।
ଅନେକ ଆହତ ହୋଇଛନ୍ତି । ଗଣ୍ଡଗୋଳ ସଂକ୍ରାନ୍ତ ଭିଜୁଆଲ୍ ପ୍ରକାଶ ପାଇଛି । ଦଳେ ଲୋକ ଭଙ୍ଗାରୁଜା କରିବା ସହିତ ପୁଲିସ ଓ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରକୁ ପଥର ମାଡ଼ କରିଥିଲେ । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲୁହବୁହା ବାଷ୍ପ ପ୍ରୟାଗ କରିଥିବା ଭିଜୁଆଲ୍ରେ ଦେଖିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନଙ୍କ ବୈଠକ ଡାକି ପରିସ୍ଥିତି ସମୀକ୍ଷା କରିବା ସହିତ ହିଂସାକାଣ୍ଡ ଘଟାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିଦେ୍ର୍ଦଶ ଦେଇଛନ୍ତି । ଗଣ୍ଡଗୋଳ ମାମଲାରେ ପୁଲିସ ୩୬ ଜଣଙ୍କୁ ଗିରଫ କରିଛି । ହାଓଡ଼ା ଓ ଦଲଖୋଲା ଅଞ୍ଚଳରେ ଅଧିକ ପୁଲିସ ମୁତୟନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । ଉକ୍ତ ଘଟଣାକୁ ନେଇ ଟିଏମ୍ସି ଓ ବିଜେପି ମଧ୍ୟରେ ବାକ୍ ବିତଣ୍ଡା ଜାରି ରହିଛି ।
ଆହତ ହୋଇଥିବା ଗଣମାଧ୍ୟମ ପ୍ରତିନିଧି କହିଛନ୍ତି, ଗତ ରାତିରେ ପରିସ୍ଥିତି ଶାନ୍ତ ଥିଲା । ଆଜି ସକାଳେ ପୁଣି କିଛି ଦୁର୍ବୃତ୍ତ ପଥର ଫିଙ୍ଗିବାରୁ ବଡ଼ଧରଣର ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ଏହାକୁ ରୋକିବା ପୁଲିସ୍ କର୍ମ·ରୀଙ୍କ ପକ୍ଷେ ବି କଷ୍ଟକର ହୋଇ ପଡ଼ିଥିଲା ।
ଏହି ଘଟଣାରେ ବିଜେପି ଏନ୍ଆଇଏ ତଦନ୍ତ ଓ କେନ୍ଦ୍ରୀୟ ପୁଲିସ ମୁତୟନ କରିବାକୁ ଦାବି କରିଛି । ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କଲିକତା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରି ଏନ୍ଆଇଏ ତଦନ୍ତ ଓ କେନ୍ଦ୍ରୀୟ ବାହିନୀ ମୁତୟନ ଲାଗି ନିଦେ୍ର୍ଦଶ ଦେବାକୁ ନିବେଦନ କରିଛନ୍ତି ବୋଲି ଟୁଇଟ୍ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ କହିଛନ୍ତି, ଘଟଣାରେ ପ୍ରଶାସନିକ ବିଫଳତା ନୁହେଁ ଅନୁମତି ନ ଥିବା ଅଞ୍ଚଳ ଦେଇ ଶୋଭାଯାତ୍ରା ଯାଇଥିଲା । ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଟାର୍ଗେଟ୍ କରିଥିଲେ ଆୟୋଜକ । ଦଙ୍ଗା ସୃଷ୍ଟି ଉଦେ୍ଦଶ୍ୟ ରଖି ବିଜେପି ନେତାମାନେ ରାଜ୍ୟ ବାହାରୁ ଗୁଣ୍ଡାଙ୍କୁ ଆଣିଥିଲେ । କେହି ଶୋଭାଯାତ୍ରାକୁ ବିରୋଧ କରି ନ ଥିଲେ । ଶୋଭାଯାତ୍ରାକାରୀମାନେ ଖଣ୍ଡା ଓ ବୁଲଡୋଜର ଧରି ଶୋଭାଯାତ୍ରା କରିବାର ଅଧିକାର କେଉଁଠୁ ପାଇଲେ?
ମମତାଙ୍କ ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି । ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଏନ୍ଆଇକୁ କହିଛନ୍ତି, ହାଓଡ଼ା ଗ୍ରାଉଣ୍ଡ ପର୍ଯ୍ୟନ୍ତ ଯିବାକୁ ଅନୁମତି ଥିଲା । ଯେଉଁ ରାସ୍ତାରେ ଶୋଭାଯାତ୍ରା ଯାଉଥିଲା ତାହା ଏକମାତ୍ର ରାସ୍ତା ହାଓଡ଼ା ଗ୍ରାଉଣ୍ଡକୁ ଯିବାପାଇଁ । ଏବେ ଏଭଳି ଏକ ସମୟ ଆସିଛି ଯେତେବେଳେ କି ଗୋଟିଏ ରାସ୍ତାରେ ଯାଉଥିବା ଶୋଭାଯାତ୍ରା ଅନ୍ୟ ରାସ୍ତାକୁ ଯାଇପାରିବ ନାହିଁ ।