୩ ହଜାର ଟପିଲା ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ, ୩ଠା୩: ଗତ ୨୪ ଘଣ୍ଟା ଭିତରେ ଦେଶରେ କୋଭିଡ୍-୧୯ର ୩୦୧୬ ନୂଆ ମାମଲା ରେକର୍ଡ କରାଯାଇଛି । ଯାହାକି ପୂର୍ବ ସଂଖ୍ୟା ତୁଳନାରେ ୪୦ ପ୍ରତିଶତ ଅଧିକ । ଏହା ସହିତ ଦେଶରେ କୋଭିଡ୍ ସକ୍ରିୟ ମାମଲା ବଢି ୧୩, ୫୦୯ ଏବଂ ମୋଟ ସଂକ୍ରମିତ ସଂଖ୍ୟା ୪,୪୭,୧୨,୬୯୨ ହୋଇଛି । ଏହା ଗତ ୬ ମାସରେ ସର୍ବାଧିକ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସକାଳ ୮ଟାରେ ଜାରି ହୋଇଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ସଂକ୍ରମଣରେ ୩ଜଣ, ଦିଲ୍ଲୀରେ ୨ଜଣ ଓ ହିମାଳ ପ୍ରଦେଶରେ ଜଣେ ରୋଗୀଙ୍କ ମୃତୁ୍ୟ ହେବାରୁ ଦେଶରେ ମୃତକ ସଂଖ୍ୟା ୫, ୩୦, ୮୬୨ ହୋଇଛି । ଏହାବାଦ୍ କେରଳ ମୃତକ ସଂଖ୍ୟା ସୂଚୀରେ ଆଉ ୮ଜଣଙ୍କ ନାମ ଯୋଡିଛି । ଭାରତରେ ସଂକ୍ରମଣର ଦୈନିକ ହାର ଏବେ ୨.୭୩ ଓ ସାପ୍ତାହିକ ହାର ୧.୭୧ ପ୍ରତିଶତ ।
ସ୍ମରଣଯୋଗ୍ୟ ଯେ ଭାରତରେ ୨୦୨୦ ଅଗଷ୍ଟ ୭ ତାରିଖ ଦିନ ସଂକ୍ରମିତ ସଂଖ୍ୟା ଥିଲା ୨୦ଲକ୍ଷ, ୫ ସେପ୍ଟେମ୍ବର ୨୦୨୦ ବେଳକୁ ତାହା ୪୦ଲକ୍ଷକୁ ଟପି ଯାଇଥିଲା ।