ହାତୀ ଆକ୍ରମଣରେ ଦୁଇ ମହିଳା ମୃତ
ମହୁଲ ଫୁଲ ଗୋଟାଇବା ହେଲା କାଳ
ଢେଙ୍କାନାଳ, ୩ଠା୩ (ଆପ୍ର): ଢେଙ୍କାନାଳ ବନଖଣ୍ଡ ହିନେ୍ଦାଳ ବନାଞ୍ଚଳ ଦୁଦୁରକୋଟ ସେକସନ ବାଘୁଆସାହି ନିକଟରେ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ଦୁଇ ଜଣ ମହିଳା ହାତୀ ଆକ୍ରମଣରେ ମୃତୁ୍ୟ ବରଣ କରିଥିବାର ଜଣାପଡିଛି ।
ବର୍ତ୍ତମାନ ମହୁଲ ଗଛରେ ଫୁଲ ହୋଇଥିବା ବେଳେ ଫୁଲ ଖାଇବାକୁ ହାତୀ, ବାର୍ହା ସହିତ ଅନ୍ୟ ଜୀବଜନ୍ତୁ ଗଛ ମୂଳକୁ ଆସୁଛନ୍ତି । ହାତୀକୁ ଭୟ ନକରି ମହୁଲ ଫୁଲ ସଂଗ୍ରହ ପାଇଁ ବାଘୁଆ ସାହିର ଅଗାରି ସାମଲ ଏବଂ ପୁଟି ସାମଲ ସକାଳୁ ସକାଳୁ ମହୁଲ ଗଛ ନିକଟରେ ପହଞ୍ଚôବାରୁ ହାତୀ ସେମାନଙ୍କୁ କଚାଡି ମାରି ଦେଇଥିଲା । ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିବାରୁ ହାତୀ ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।
ହାତୀ ଆକ୍ରମଣରେ ଦୁଇ ମହିଳା ମୃତୁ୍ୟପରେ ଗ୍ରାମରେ ଉତ୍ତେଜନା ଦେଖାଦେବା ସହିତ ଗ୍ରାମବାସୀମାନେ ମହୀଧରପୁର, ଦୁଦୁରକୋଟ, ପୁରୁଣାକଟକ, ସମ୍ବଲପୁର ରାସ୍ତାକୁ ଟାୟାର ଜାଳି ଅବରୋଧ କରି ରଖିଥିଲେ । ରାସ୍ତା ଅବରୋଧ ଯୋଗୁ ଦୁଇ ପାଶ୍ୱର୍ରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପୁଲିସ ସହିତ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।
ଏହି ଅଞ୍ଚଳରେ ହାତୀ-ମଣିଷ ସଂଘର୍ଷ ଥମୁନାହିଁ । ବାରମ୍ବାର ହାତୀ ଆକ୍ରମଣର ଶିକାର ହୋଇ ଅକାଳରେ ଜୀବନ ଚାଲିଯାଉଛି । ବନ ବିଭାଗର ବାରମ୍ବାର ଚେତାବନୀ ସତ୍ତ୍ୱେ ଅନେକ ଲୋକ ବଡ଼ି ଭୋର୍ରୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଉଥିବାରୁ ଏଭଳି ଘଟଣା ଘଟୁଛି ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ ।