ଫେସ୍ବୁକ୍ରେ ଅମୃତପାଲର ଭିଡିଓ

ପଞ୍ଜାବ ପୁଲିସ୍କୁ ଖୋଲା ଚାଲେଞ୍ଜ
ଚଣ୍ଡିଗଡ଼ (ଏଜେନ୍ସି): ଆତ୍ମସମର୍ପଣ କଳ୍ପନାଜଳ୍ପନା ମଧ୍ୟରେ ପଳାତକ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଫେସ୍ବୁକ୍ରେ ଭିଡିଓ ଜାରି କରି ସରେଣ୍ଡର ପାଇଁ ୩ ସର୍ତ୍ତ ରଖିଛି । ଅମୃତପାଲ ତାଙ୍କ ଭିଡିଓରେ ପଞ୍ଜାବ ପୁଲିସ ଏବଂ ସରକାରଙ୍କୁ ଚାଲେଞ୍ଜ କରିଛି । ତାଙ୍କର ଗୋଟିଏ ବି କେଶ କେହି ବଙ୍କା କରିପାରିବେ ନାହିଁ ବୋଲି କହିଛନ୍ତି ଅମୃତପାଲ । ଭିଡିଓରେ ଅମୃତପାଲ କହିଛି ଯେ ଏହି ପ୍ରସଙ୍ଗ କେବଳ ଗିରଫଦାରୀ ଉପରେ ନୁହେଁ, ତା’ ଉପରେ ଲଗାଯାଇଥିବା ଅଭିଯୋଗକୁ ମଧ୍ୟ ବିରୋଧ କରିଛି । ଷଡ଼ଯନ୍ତ୍ର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଁ ଶିଖ୍ ସମ୍ପ୍ରଦାୟର ଅଧିକାର ପାଇଁ ଲଢ଼େଇ କରୁଛି ବୋଲି କହିଛି ଅମୃତପାଲ । ବୈଶାଖୀ ଅବସରରେ ସତବତ୍ ଖାଲସା କରିବାକୁ ଅମୃତପାଲ ସିଂ ଭିଡିଓରେ ନିବେଦନ କରିଛି । ସାରା ଦେଶ ତଥା ବିଦେଶରୁ ଶିଖ୍ ସମ୍ପ୍ରଦାୟର ଲୋକ ଏହି ସରବତ୍ ଖାଲସାରେ ଅଂଶଗ୍ରହଣ କରିବା ଉଚିତ ଓ ସେଠାରେ ସମ୍ପ୍ରଦାୟର ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଉଚିତ ବୋଲି ସେ ଭିଡିଓରେ କହିଛି । ସୂଚନା ଅନୁସାରେ ଅମୃତପାଲ ସିଂ ଆତ୍ମସମର୍ପଣ କରିବ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଆଲର୍ଟ ମୋଡ୍ରେ ରହିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଅମୃତପାଲ ପଞ୍ଜାବୀରେ କଥା ହେଉଛି । ଏହି ଭିଡିଓରେ ସେ କହିଛନ୍ତି ‘ମୋର ଗିରଫଦାରୀ ୱାହେଗୁରୁଙ୍କ ହାତରେ ଅଛି । ମୋର କେହି କିଛି କହିପାରିବେ ନାହିଁ’ ବୋଲି କହିଛି ଅମୃତପାଲ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *