ସାହାରା ଜମାକାରୀ ଫେରି ପାଇବେ ଟଙ୍କା

୨୪ ହଜାର କୋଟିରୁ ୫ ହଜାର କୋଟି ରିଲିଜ୍ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୯ା୩: ସାହାରା ଇଣ୍ଡିଆ ଦ୍ୱାରା ଠକେଇର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ବଡ଼ ଖବର । ବର୍ଷ ବର୍ଷ ଧର ମିଳୁ ନ ଥିବା ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ସେବି ଦ୍ୱାରା ଜବତ ୨୪ ହଜାର କୋଟି ଟଙ୍କା ମଧ୍ୟରୁ ୫୦୦୦ କୋଟି ଟଙ୍କା ନିବେଶକଙ୍କୁ ଫେରାଇ ଦିଆଯିବ । ବିଗତ ଅନେକ ବର୍ଷ ଧରି ଏହି ଟଙ୍କା ଅଟକି ରହିଥିବା ବେଳେ ଜମାକାରୀମାନେ ଗଭୀର ମାନସିକ ·ପ ମଧ୍ୟରେ ଗତି କରୁଥିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ସେମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି ।
୨୦୧୨ ଅଗଷ୍ଟମାସରେ ସୁପ୍ରିମ୍କୋର୍ଟ ସାହାରା ଗ୍ରୁପ୍ର ଦୁଇଟି କମ୍ପାନି ସାହାରା ଇଣ୍ଡିଆ ରିଅଲ୍ ଇଷ୍ଟେଟ୍ କର୍ପୋରେସନ୍ ଏବଂ ସାହାରା ହାଉସିଂ ଇଣ୍ଡିଆ କର୍ପୋରେସନ୍ ଲିମିଟେଡ୍୍କୁ ନିବେଶକଙ୍କ ଟଙ୍କା ଫେରସ୍ତ କରିବାକୁ ନିଦେ୍ର୍ଦଶ ଦେବା ପରେ
ଏସ୍କ୍ରୋ ଆକାଉଣ୍ଟ୍ ଖୋଲାଯାଇ ୨୪ ହଜାର କୋଟି ଟଙ୍କା ଜମା କରାଯାଇଥିଲା । ଜମା ହୋଇଥିବା ଟଙ୍କା ନିବେଶକଙ୍କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ଜଷ୍ଟିସ୍ ଏମ୍ଆର୍ ଶାହା ଓ ଜଷ୍ଟିସ୍ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟରେ କହିଛନ୍ତି ଯେ ସାହାରା ଗ୍ରୁପ୍ ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଏହି ଅର୍ଥ ବଣ୍ଟନ କରାଯିବ । ଟଙ୍କା ଫେରସ୍ତ ପ୍ରକ୍ରିୟା ଉପରେ ସର୍ବୋଚ୍ଚ ନ୍ୟାୟାଳୟର ବି·ରପତି ଜଷ୍ଟିସ ଆର୍ ସୁଭାଷ ରେ‡ୀ ନଜର ରଖିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *