୨୨ ରାଜ୍ୟରେ ଲାଗିଲା ପୋଷ୍ଟର
ଆପ୍ର ‘ମୋଦି ହଟାଓ, ଦେଶ ବଞ୍ଚାଅ’ ଅଭିଯାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୩ଠା୩: ଆମ୍ ଆଦ୍ମୀ ପାର୍ଟି (ଆପ୍) ଗୁରୁବାରଠାରୁ ‘ମୋଦି ହଟାଓ, ଦେଶ ବଞ୍ଚାଅ’ ସ୍ଲୋଗାନ ସହ ପୋଷ୍ଟର ଅଭିଯାନ ଆରମ୍ଭ କରିଛି । ଓଡିଶା ସମେତ ୨୨ ରାଜ୍ୟରେ ୧୧ ଭାଷାରେ ପୋଷ୍ଟର ଓ ବ୍ୟାନର ଲଗାଯାଉଛି । ଦଳର ରାଷ୍ଟ୍ରୀୟ ସଂଯୋଜକ ଗୋପାଳ ରାୟ ଏହା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ବିଜେପି ଦେଶବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଳନ କରି ନ ଥିବା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ଅଭିଯାନର ଉଦେ୍ଦଶ୍ୟ । ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସବୁ କାମ ହୋଇନାହିଁ । ସମସ୍ୟା ସମାଧାନ ପରିବର୍ତ୍ତେ ବିଜେପି କେବଳ ଗଣତନ୍ତ୍ରର ଅନ୍ତ ଘଟାଇବା ଉଦ୍ୟମ କରୁଛି । ଏ ପର୍ଯ୍ୟନ୍ତ ୨୨ ରାଜ୍ୟରେ ପୋଷ୍ଟର ଲାଗି ସାରିଲାଣି । ଏହି ଅଭିଯାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ପାଇଁ ଏପ୍ରିଲ୍ ୧୦ରୁ ଦେଶର ସବୁ ବିଶ୍ୱବିଦ୍ୟାଳୟରେ ପୋଷ୍ଟର ଲଗାଯିବ ।