ମୋଦିିଙ୍କୁ ଫସାଇବାକୁ ସିବିଆଇ ଚାପ ପକାଇଥିଲା
ନୂଆଦିଲ୍ଲୀ (ଏଜେନ୍ସି): ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦିଙ୍କୁ ମିଛ ଦଙ୍ଗା ମାମଲାରେ ଫସାଇବା ଲାଗି ସିବିଆଇ ଅମିତ ଶାହଙ୍କ ଚାପ ପକାଇଥିଲା । ରାଇଜିଂ ଇଣ୍ଡିଆ ସମ୍ମିଳନୀ-୨୦୨୩ରେ ଯୋଗ ଦେଇ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
ବିିରୋଧୀ ଦଳଙ୍କ ଅଭିଯୋଗ ଉପରେ ଏକ ପ୍ରଶ୍ନର ଉତ୍ତରରେ ଶାହ କହିଛନ୍ତି, ୟୁପିଏ ସରକାର ସମୟରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେତେବେଳେ ତାଙ୍କୁ ଏକ ମିଛ ଦଙ୍ଗା ମାମଲାରେ ଫସାଇବାକୁ ସିବିଆଇ ·ପ ପକାଇଥିଲା । ମୋ ବିରୋଧରେ ବି ସିବିଆଇ ମାମଲା ଦାଏର କରିଥିଲା । କିନ୍ତୁ କୋର୍ଟ ୯୦ ଦିନରେ ଜାମିନ ଦେଇଥିଲେ । ସେ ସମୟରେ ଏସବୁକୁ ନେଇ ବିଜେପି ନେତା କଳା ସାର୍ଟ ପିନ୍ଧି ସଂସଦରେ ହଙ୍ଗାମା କରି ନ ଥିଲେ । ହେଲେ ରାହୁଲ ଗାନ୍ଧୀଙ୍କ ପାଇଁ କଂଗ୍ରେସର ନେତାମାନେ କଳା ସାର୍ଟ ପିନ୍ଧି ଯେପରି ବିରୋଧ କରୁଛନ୍ତି ତାହା କେବେ ବି ଗ୍ରହଣୀୟ ନୁହେଁ । ଶାହ କହିଛନ୍ତି, ଦେଶକୁ ଦୁର୍ନୀତି ଓ ଭ୍ରଷ୍ଟା·ରମୁକ୍ତ କରିବାକୁ ୨୦୧୪ରୁ ଲଢ଼େଇ ଜାରି ରହିଛି । ରାହୁଲଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧୀ ଭ୍ରଷ୍ଟା·ର କରୁଥିବା ବ୍ୟକ୍ତିଙ୍କ ଉପରେ ମାମଲା ନ ହେଉ ବୋଲି କହିବାକୁ ·ହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।