ବିଗ୍ ଫାଇଭ୍ ଭାଙ୍ଗିଦିଆଯାଉ
ଆର୍ବିଆଇ ପ୍ରାକ୍ତନ ଡେପୁଟୀଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ବୃହତ୍ ୫ କର୍ପୋରେଟ ଗ୍ରୁପକୁ ଭାଙ୍ଗିବା ନିମିତ୍ତ ପରାମର୍ଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆ·ର୍ଯ୍ୟ । ଏମାନଙ୍କୁ ନ ଭାଙ୍ଗିଲେ ହଜାର ହଜାର କ୍ଷୁଦ୍ର ଉଦ୍ୟୋଗ ଦୁର୍ବଳ ହୋଇ ଯିବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ରିଲାଏନ୍ସ ଗ୍ରୁପ୍, ଟାଟା ଗ୍ରୁପ୍, ଆଦିତ୍ୟ ବିର୍ଲା, ଆଦାନି ଓ ଭାରତୀ ଟେଲିକମ୍ ଗ୍ରୁପକୁ ବିଗ୍-ଫାଇଭ୍ ବୋଲି ଦର୍ଶାଇ ନୁ୍ୟୟର୍କ ୟୁନିଭର୍ସିଟି ଷ୍ଟର୍ନ ସ୍କୁଲର ଅର୍ଥନୀତି ପ୍ରଫେସର ଆ·ର୍ଯ୍ୟ ବ୍ରୁକିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଲାଗି ପ୍ରସ୍ତୁତ କରିଥିବା ଏକ ରିପୋର୍ଟରେ କହିଛନ୍ତି, ଉକ୍ତ ୫ ବୃହତ କମ୍ପାନିଙ୍କ ଆଧିପତ୍ୟ ଯୋଗୁଁ ଦେଶରେ ହଜାର ହଜାର କ୍ଷୁଦ୍ର କମ୍ପାନି ଉନ୍ନତି କରିପାରୁନାହାନ୍ତି । ବୃହତ୍ ଉଦ୍ୟୋଗଙ୍କ ସ୍ୱାର୍ଥରକ୍ଷା କରାଯାଉଛି । ବିଦେଶୀ କମ୍ପାନୀଙ୍କ ପ୍ରଭାବରୁ ମୁକ୍ତ ରଖିବା ନିମିତ୍ତ ସରକାର ଆକାଶଛୁଆଁ ଶୁଳ୍କ ବୃଦ୍ଧି କରିଛନ୍ତି । ଖୁଚୁରା କ୍ଷେତ୍ର, ପ୍ରାକୃତିକ ସମ୍ବଳ ଏବଂ ଟେଲିଯୋଗାଯୋଗ କ୍ଷେତ୍ରରେ ଏହି କଂପାନିଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାର ଯଥେଷ୍ଟ କ୍ଷମତା ରହିଛି । ଟେଲିକମ ଜଗତରେ ରିଲାଏନ୍ସ ଜିଓ ଓ ଏୟାରଟେଲ ଆଧିପତ୍ୟ ବିସ୍ତାର କରିଛନ୍ତି । ଟେଲିକମ୍ ଦର ର୍ନଦ୍ଧାରଣ କରିବାରେ ଏହି ଦୁଇ କମ୍ପାନୀ ଆଧିପତ୍ୟ ବିସ୍ତାର କରିଛନ୍ତି । ମୁଦ୍ରାସ୍ଫୀତି ବୃଦ୍ଧିରେ ମଧ୍ୟ ବିଗ୍-ଫାଇଭ୍ଙ୍କ ହାତ ରହିଛି । ସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ କମ୍ପାନୀଙ୍କୁ ଭାଙ୍ଗି ଦିଆଯିବା ଆବଶ୍ୟକ ।
୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଭାରତରେ ଦରଦାମ ଆକାଶଛୁଆଁ ହୋଇଛି । ବିଗ୍-୫ ଧାତବ ଦ୍ରବ୍ୟ, କୋଇଲା, ପେଟ୍ରୋଲିୟମ୍ ଉତ୍ପାଦନ ସର୍ବୋାପରି ଖୁଚୁରା ବ୍ୟବସାୟ ଓ ଟେଲିଯୋଗାଯୋଗ କ୍ଷେତ୍ରରେ ଏକଚାଟିଆ କାରବାର ଚଳାଇ ସାଧାରଣ ଖାଉଟିଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ।