ପ୍ରଥମ ବ୍ୟାଚ୍ ଅଗ୍ନିବୀର ଉତ୍ତୀର୍ଣ୍ଣ
ବାଲୁଗାଁ, ୨୮ା୩(ଆପ୍ର): ମଙ୍ଗଳବାର ସନ୍ଧ୍ୟାରେ ଭାରତୀୟ ନୌସେନା ଚିଲିକା ପରେଡ୍ ଗ୍ରାଉଣ୍ଡରେ ଦକ୍ଷିଣ ନୌସେନା କମାଣ୍ଡରଙ୍କ ତତ୍ତ୍ୱାବଧାନରେ ଆନୁଷ୍ଠାନିକ ଭାବେ ନାଇଟ୍ ପାସ୍ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି । ଭାରତୀୟ ନୌସେନା ୨୫୮୫ ଜଣ ଆଗ୍ନିବୀର (ପୁରୁଷ ଏବଂ ମହିଳା)ଙ୍କୁ ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ଦେଇ ସୁଦକ୍ଷ ଭାବେ ଦେଶସେବା କରିବା ସୁଯୋଗ ଦେଇଛି । ପ୍ରଥମ ବ୍ୟାଚରେ ୨୭୩ ଜଣ ମହିଳା ସାମିଲ ଥିଲେ ।
ଆଡ୍ମିରାଲ ଆର୍ ହରି କୁମାର, ନୌସେନା କର୍ମ·ରୀଙ୍କ ମୁଖ୍ୟ ଭିଏଡଏମ ଏମଏ ହାମ୍ପିହୋଲି, ସାଂସଦ ପି.ଟି ଉଷା, ବିଶିଷ୍ଟ କ୍ରୀଡ଼ାବିତ୍ ମିତାଲି ରାଜ, ବରିଷ୍ଠ ନୌସେନା ଅଧିକାରୀ ପ୍ରମୁଖ ପରେଡ୍ ଅନୁଧ୍ୟାନ କରିଥିଲେ । ଏଥି ସହିତ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ ହୋଇଛି ବୋଲି କହିଥିଲେ ଆଡ୍ମିରାଲ୍ ହରି କୁମାର । ପୁରୁଷ ଏବଂ ମହିଳା ମିଳିତ ଭାବେ ନୌସେନାରେ ବୀର ଯୋଦ୍ଧା ରୂପେ ଦେଶ ସେବା କରିବେ । ସେମାନେ ଉଜ୍ୱଳ ଭବିଷ୍ୟତ ଦିଗରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦକ୍ଷତା ଆହୁରି ଉନ୍ନତ କରିବା ସହ ବୃତ୍ତିରେ ଉକ୍ରର୍ଷ ପ୍ରତିବାଦନ ଲାଗି ପ୍ରତିବଦ୍ଧ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ମେରିଟ ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ । ପୁରୁଷମାନଙ୍କ ମଧ୍ୟରେ ଅମାଲକାନ୍ତୀ ଜୟରାମ, ଅଗ୍ନିବୀର (ଏସ୍ଏସ୍ଆର୍), ଅଜିତ ପି, ଅଗ୍ନିବୀର (ଏମ୍ଆର୍), ମହିଳାଙ୍କ ମଧ୍ୟରେ କୁଶି ଅଗ୍ନିବୀର (ଏସ୍ଏସ୍ଆର୍) ପୁରସ୍କୃତ ହୋଇଥିଲେ । ପୂର୍ବରୁ ଭାଲେଡିକ୍ଟୋରୀ ସମାରୋହରେ ନୌସେନା ମୁଖ୍ୟ ଏକଲବ୍ୟ ଡିଭିଜନକୁ ·ମ୍ପିଅନସିପ୍ ଟ୍ରଫି ଏବଂ ଅଙ୍ଗଦ ଓ ଶିବାଜୀ ଡିଭିଜନକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ ।
ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ସାଉଥ୍ ନୌସେନା କମାଣ୍ଡ ଏବଂ କମୋଡୋର ଏନ୍ପି ପ୍ରଦୀପଙ୍କ ଉପସ୍ଥିତିରେ ‘ଅଙ୍କୁର’ର ଗ୍ରୀଷ୍ମ ସଂସ୍କରଣ ଆଇଏନ୍ଏସ୍ ଚିଲିକା ଦ୍ୱିଭାଷୀ ପ୍ରଶିକ୍ଷକଙ୍କ ପତ୍ରିକା ଉନ୍ମୋଚିତ ହୋଇଥିଲା ।