ରାଜ୍ୟରେ ଅଛନ୍ତି ୨୮ ମହାବଳ ବାଘ

୧ଠ ବର୍ଷରେ ମରିଛନ୍ତି ୬
ଭୁବନେଶ୍ୱର, ୨୮ା୩(ବୁ୍ୟରୋ): ରାଜ୍ୟରେ ୨୦୧୨-୧୩ ରୁ ୨୦୨୧-୨୨ ଗତ ବର୍ଷ ମଧ୍ୟରେ ୬ ମହାବାଳ ବାଘ, ୪୯ କଲରାପତରିଆଙ୍କ ମୃତୁ୍ୟ ଘଟିଛି । ୩ଟି ମହାବାଳ, ୨୬ଟି କଲରାପତରିଆ ଶିକାରୀଙ୍କ ଶିକାର ହୋଇଛନ୍ତି । ୨୦୧୮ ତଥ୍ୟ ଅନୁସାରେ ଓଡିଶା ଜଙ୍ଗଲରେ ୨୮ଟି ମହାବାଳ ସହ ୭୬୦ଟି କଲରାପତରିଆ ବାଘ ଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ । ରାଜ୍ୟରେ ବ୍ୟାଘ୍ର ବଂଶବୃଦ୍ଧି ଏବଂ ସୁରକ୍ଷା ପାଇଁ ୨ଗୋଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା, ଶକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାଡ୍ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜୀ ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଆଦି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।
ରାଜ୍ୟରେ ବାଘ ମୃତୁ୍ୟର ୫୦ଭାଗ ଶିକାରୀଙ୍କ ଶିକାର ପାଲଟୁଥିବାବେଳେ ଜଙ୍ଗଲ ନଷ୍ଟ ଯୋଗୁଁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ଫଳରେ ହାତୀ ଭଳି ସଂଘର୍ଷ କରି ବିଭିନ୍ନ ସମୟରେ ବି ବାଘଙ୍କ ମୃତୁ୍ୟ ହେଉଛି । ଗତ କିଛି ସପ୍ତାହ ଧରି ନୂଆପଡା ଜିଲ୍ଲାରେ ବାଘ ବିଭିନ୍ନ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଥିବା ଖବର ଆସୁଛି ।
ରାଜ୍ୟରେ କେତେ ପ୍ରଜାତିର ବାଘ ରହିଛନ୍ତି? ଗତ ୧୦ ବର୍ଷରେ କେତେ ବାଘ ମୃତୁ୍ୟ ବରଣ କରିଛନ୍ତି? କେତେଟି ବାଘ ଶିକାରୀଙ୍କ ଶିକାର ହୋଇଛନ୍ତି? ଆଜି ବିଧାନସଭାରେ ଏହି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *