୩୯ ଜିଅନ୍ତା ଜଳିଗଲେ

ମେକ୍ସିକୋ ଅଟକ କେନ୍ଦ୍ରରେ ଅଗ୍ନିକାଣ୍ଡ
ମେକ୍ସିକୋ ସିଟି, ୨୮ା୩: ଆମେରିକାର ଦକ୍ଷିଣ ସୀମା ନିକଟବର୍ତ୍ତୀ ମେକ୍ସିକୋର ସୁ୍ୟଦାଦ ଜୁଆରେଜ ସହର ସ୍ଥିତ ଏକ ଅଟକ କେନ୍ଦ୍ର (ମାଇଗ୍ରାଣ୍ଟ ଫାସିଲିଟି ସେଣ୍ଟର ବା ଡିଟେନ୍ସନ୍ ସେଣ୍ଟର)ରେ ସୋମବାର ମଧ୍ୟରାତ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟି ଅତିକମ୍ରେ ୩୯ଜଣ ଲୋକ ଜିଅନ୍ତା ଜଳିଯାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି । ସେଠାରେ ପ୍ରବାସୀମାନଙ୍କୁ ଅଟକ ରଖାଯାଇଥିଲା । ନିଅାଁ କେମିତି ଲାଗିଲା ଜଣାପଡ଼ିନାହିଁ । ଏଏଫ୍ପିର ଜଣେ ସାମ୍ବାଦିକ କହିଛନ୍ତି, ଫୋରେନ୍ସିକ୍ କର୍ମଚାରୀମାନେ ପାର୍କିଂ ଇଲାକାରୁ ୧୨ଟି ଶବ କାଢ଼ିବା ସେ ଦେଖିଛନ୍ତି । ଆହୁରି କେତେକ ଶବକୁ ସେଠାରେ କମ୍ବଳରେ ଘୋଡ଼େଇ ରଖାଯାଇଥିଲା ।
ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଅଧୀନ ରାଷ୍ଟ୍ରୀୟ ପ୍ରବାସନ ସଂସ୍ଥାନ ପକ୍ଷରୁ ୩୯ ଜଣ ବିଦେଶୀ ନାଗରିକ ଜୀବନ୍ତ ଦଗ୍ଧ ହେବା ଘଟଣାରେ ଶୋକପ୍ରକାଶ କରାଯାଇଛି । ଅଟକ କେନ୍ଦ୍ରରେ ପ୍ରାୟ ୭୦ଜଣ ବିଦେଶୀ ରହୁଥିଲେ । ସେଥିରୁ ଅଧିକାଂଶ ବେନେଜ୍ୱେଲା ନାଗରିକ । ମେକ୍ସିକୋରୁ ଆମେରିକା ଯାଉଥିବା ପ୍ରବାସୀମାନଙ୍କ ପାଇଁ ସୁ୍ୟଦାଦ ଜୁଆରେଜ ଏକ ପ୍ରମୁଖ ଟ୍ରାନ୍ଜିଟ୍ ପଏଣ୍ଟ । ସେଠିକାର ଆଶ୍ରୟସ୍ଥଳ ସେହି ପ୍ରବାସମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଆମେରିକା ଯିବାର ସୁଯୋଗ ଅପେକ୍ଷାରେ ଅଛନ୍ତି ବା ଆମେରିକାରେ ଶରଣ ନେବାପାଇଁ ଅନୁରୋଧ କରିଛନ୍ତି । ପ୍ରତିମାସରେ ପ୍ରାୟ ୨ଲକ୍ଷ ଲୋକ ମେକ୍ସିକୋ ଦେଇ ଯୁକ୍ତରାଷ୍ଟ୍ର ଆମେରିକା ସୀମା ପାରି ହେବା ଉଦ୍ୟମ କରିଥାନ୍ତି । ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସ୍ ଫର୍ ମାଇଗ୍ରେସନ୍ର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୧୪ ପରଠାରୁ ପ୍ରାୟ ୭୬୬୧ ପ୍ରବାସୀ ଆମେରିକାକୁ ଅନୁପ୍ରବେଶବେଳେ ଗାୟବ ହୋଇଯାଇଛନ୍ତି ବା ପ୍ରାଣ ହରାଇଛନ୍ତି । ୯୮୮ ଜଣ ଦୁର୍ଘଟଣା ବା ଅନ୍ୟ ବିପଜ୍ଜନକ ପରିସ୍ଥିତିରେ ଯାତ୍ରାପଥରେ ମରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *