୧୮ ଫାର୍ମା କମ୍ପାନୀଙ୍କ ଲାଇସେନ୍ସ ରଦ୍ଦ

ଡିଜିସିଆଇର ନକଲି ଓ ନିମ୍ନମାନ ଔଷଧ ଯାଞ୍ଚ ଅଭିଯାନ
ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ ବହୁ ନକଲି ଓ ନିମ୍ନମାନର ଔଷଧ ପ୍ରସ୍ତୁତ ଓ ବିକ୍ରି ହେଉଥିବା ନେଇ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅଭିଯୋଗ ହୋଇଛି । ଏ ନେଇ ବିଭିନ୍ନ ଫାର୍ମା କମ୍ପାନୀରେ ରେଡ୍ କରାଯିବା ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଡାÿ ମନୋଭାବ ପୋଷଣ କରିଛି ।
ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିଜିସିଆଇ)ର ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଟିମ୍ ୧୫ ଦିନ ହେଲା ଦେଶବ୍ୟାପୀ ଅଭିଯାନ ଚଳାଇ ୭୬ ଫାର୍ମା କମ୍ପାନୀ ଯାଞ୍ଚ କରିଛନ୍ତି । ୨୦ ରାଜ୍ୟରେ ଥିବା କମ୍ପାନୀ ଉପରେ ଚଢ଼ଉ କରାଯାଇଛି ଓ ୧୮ ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରାଯାଇଛି । ୨୬ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ଭାରତୀୟ ଔଷଧ ସେବନ କରି କେତେକ ଦେଶରେ ରୋଗୀମାନେ ଅସୁସ୍ଥ ହୋଇପଡ଼ିବା, କେତେକ ଶିଶୁ ପ୍ରାଣ ହରାଇବା ଅଦି ଅଭିଯୋଗ ହୋଇଥିଲା । ଯାଞ୍ଚ ସମୟରେ ଆବଶ୍ୟକ ମାନକ ରକ୍ଷାରେ ବିଫଳ ହେବାରୁ ଗାଉଟ୍ ଚିକିତ୍ସାରେ ବ୍ୟବହୃତ ଓ ଜାଇଡସ୍ ଲାଇଫ୍ସାଇନ୍ସ ପ୍ରସ୍ତୁତ ୫୫ ହଜାର ବୋତଲ ଜେନେରିକ୍ ମେଡିସନ୍ ଆମେରିକା ବଜାରରୁ ପ୍ରତ୍ୟାହାର କରିଥିଲା ଗୁଜରାଟ ସ୍ଥିତ ଏହି କମ୍ପାନୀ ।
ଗତବର୍ଷ ଉଜ୍ବେକିସ୍ତାନରେ କଫ୍ ସିରପ ଖାଇ ୧୮ ଶିଶୁଙ୍କ ମୃତୁ୍ୟ ଘଟିଥିଲା । ଏହି ମାମଳାରେ ନୋଏଡାସ୍ଥିତ ଉକ୍ତ କମ୍ପାନୀର ୩ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ସେହିପରି ଚଳିତ ବର୍ଷ ଫେବ୍ରୁଆରୀରେ ଚେନ୍ନାଇ ସ୍ଥିତ କମ୍ପାନୀ ପ୍ରସ୍ତୁତ ଆଖି ଡ୍ରପ୍ ଆମେରିକାରେ କିଛି ଲୋକ ଦୃଷ୍ଟି ଶକ୍ତି ହରାଇବା ସହିତ ଜଣେ ପ୍ରାଣ ହରାଇଥିଲେ । ଇଜି କେୟାର ଆର୍ଟିଫିସିଆଲ୍ ଟିୟର ଡ୍ରପ୍ ବ୍ୟବହାର କରି ଅନୁ୍ୟନ ୫୫ଜଣ ଅନ୍ଧ ହୋଇଯାଇଥିଲେ । ଏସବୁ ଅଘଟଣ ଡିଜିସିଆଇକୁ ଫାର୍ମା କମ୍ପାନୀ ଯାଞ୍ଚ କରିବା ନିମିତ୍ତ ବାଧ୍ୟ କରିଛି ବୋଲି କୁହାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *