ଆସିଲା ସିସିଟିଭି ଫୁଟେଜ୍
ଦିଲ୍ଲୀରେ ବେଶ ବଦଳାଇ ବୁଲୁଥିଲା ଅମୃତ
ନୂଆଦିଲ୍ଲୀ(ଏଜେନ୍ସି): ଖଲିସ୍ତାନୀ ନେତା ଅମୃତ ପାଲ ସିଂହ ପ୍ରାୟ ୧୦ ଦିନ ହେଲା ଫେରାର ରହିଛି । ସେ ନେପାଳ ପଳାଇଥିବା କୁହାଯାଉଥିବା ସମୟରେ ଏକ ସିସିଟିଭି ଫୁଟେଜ୍ରୁ ସେ ଦିଲ୍ଲୀରେ ବେଶ ପରିବର୍ତ୍ତନ କରି ବୁଲୁଥିବା ଦୃଶ୍ୟ ପଦାକୁ ଆସିଛି । ଦିଲ୍ଲୀ ରାସ୍ତାରେ ବେଶ ବଦଳାଇ ବୁଲୁଥିବା ବେଳର ସିସିଟିଭି ଫୁଟେଜ୍ରେ ବିନା ପଗଡ଼ିରେ ବୁଲୁଥିବା ଦେଖାଯାଇଛି ।
ଏହାସହିତ ମାସ୍କ, ସନ୍ଗ୍ଲାସ ଓ ଡେନିମ୍ ଜ୍ୟାକେଟ ମଧ୍ୟ ପରିଧାନ କରିଛି । ଅମୃତପାଲ ଓ ତା ଘନିଷ୍ଠ ପପଲପ୍ରୀତ ସିଂହ ଦିଲ୍ଲୀରେ ବୁଲୁଛନ୍ତି । ଉକ୍ତ ଭିଡିଓ ମାର୍ଚ୍ଚ ୨୧ ତାରିଖର । ସେ ୧୮ରେ ପଞ୍ଜାବ ପୁଲିସ କବ୍ଜାରୁ ଚମ୍ପଟ ମାରିଥିଲା । ଖସିଯିବାର ୩ ଦିନ ମଧ୍ୟରେ ସେ ହରିଆଣା ଦେଇ ଦିଲ୍ଲୀରେ ପହଞ୍ଚି ଯାଇଥିବା ସ୍ପଷ୍ଟ ହୋଇଛି । ତାକୁ ପଳାତକ ଘୋଷଣା କରାଯାଇଛି । ସେ କେଉଁଠି ଅଛି ତାହା ସଠିକ ଜଣାପଡ଼ିନି । ତାକୁ ଧରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଉଛି, ତା’କୁ ମଧ୍ୟ ପୁଲିସ୍ ଗୁପ୍ତ ରଖିଛି । ନେପାଳରେ ଥିବା ସୂଚନା ମିଳିବା ପରେ ତାକୁ ଧରିବା ଳାଗି ଉଦ୍ୟମ ଚାଲିଛି । ନେପାଳରେ ତାକୁ ୱାଣ୍ଟେଡ୍ ଲିଷ୍ଟରେ ସାମିଲ କରାଯାଇଛି । ନେପାଳର ସମସ୍ତ ହୋଟେଲ, ଏୟାରଲାଇନ୍ସ ଏଜେନ୍ସିକୁ ଆଲର୍ଟ ଜାରି କରାଯାଇଛି । ତା’ ନିକଟରେ ଏକାଧିକ ନକଲି ପାସପୋର୍ଟ ରହିଥିବାରୁ ଅମୃତ ନେପାଳ ଦେଇ ଅନ୍ୟ ଦେଶକୁ ·ଲିଯିବାର ଆଶଙ୍କା କରାଯାଉଛି ।