ବଳକା ଚାଉଳ ଉଠାଅ

ପୀୟୂଷ ଗୋଏଲଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର, ୨୭୩ (ବୁ୍ୟରୋ): ରାଜ୍ୟର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବଳକା ୨୦ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବାକୁ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୩୧ରେ ସରୁଥିବା ଖରିଫ ସିଜନ୍ରେ ୨୨ ତାରିଖ ସୁଦ୍ଧା ୪୪ ଲକ୍ଷ ୨୩ ହଜାର ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ହୋଇଛି । ଏଥିପାଇଁ ୧୩ ହଜାର ୮୧ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦେଇଛନ୍ତି ରାଜ୍ୟ ସରକାର । ଆଉ ୮ ଦିନରେ ୧୦ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ହେବା ଆକଳନ କରାଯାଉଛି ।
ସଂଗୃହୀତ ୫୪ ଲକ୍ଷ ଟନ୍ ଚାଉଳରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ଜରିଆରେ ୨୪ଲକ୍ଷ ଟନ ଚାଉଳ ବ୍ୟବହୃତ ହେବ । ପ୍ରାୟ ୩୦ଲକ୍ଷ ଟନ ·ଉଳ ଓଡ଼ିଶାରେ ବଳକା ରହିବ । ହେଲେ କେନ୍ଦ୍ର ସରକାର ୧୦ଲକ୍ଷ ଟନ୍ ·ଉଳ ଉଠାଇବାକୁ ଟାର୍ଗେଟ୍ ଦେଇଥିବାରୁ ଏହା ଓଡ଼ିଶା ପାଇଁ ସମସ୍ୟା ହେବ ।
ବଳକା ୨୦ଲକ୍ଷ ଟନ୍ ·ଉଳ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ ଓଡ଼ିଶାରୁ ନ ଉଠାଇଲେ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସମସ୍ୟା ଉପୁଜିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ବଳକା ଚାଉଳ ନ ଉଠିଲେ ଆଗାମୀ ଋତୁରେ ଧାନକିଣା ବି ବାଧାପ୍ରାପ୍ତ ହେବ । ରାଜ୍ୟର ଚାଷୀଙ୍କ ସ୍ୱାର୍ଥକୁ ନଜରରେ ରଖି ୧୭ଲକ୍ଷ ଉଷୁନା ଓ ୩ଲକ୍ଷ ଟନ୍ ଅରୁଆ ·ଉଳ ତୁରନ୍ତ ଉଠାଇବା ପାଇଁ ପଦକ୍ଷେପ ନେବାକୁ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *