ରାହୁଳ ହେବେ ବେଘର
ନୂଆଦିଲ୍ଲୀ,୨୭ ।୩: କଂଗ୍ରେସ ନେତା ରାହୁଳ ଗାନ୍ଧିଙ୍କ ସଂସଦ ପଦ ରଦ୍ଦ ହେବା ପରେ ଏବେ ତାଙ୍କୁ ମାସେ ଭିତରେ ସରକାରୀ ବଙ୍ଗଳା ଖାଲି କରିବାକୁ ହେବ । ଲୋକସଭା ହାଉସିଂ କମିଟି ସୋମବାର ନୋଟିସ୍ ଜାରି ଏପ୍ରିଲ୍ ୨୨ ସୁଦ୍ଧା ୧୨ ତୋଗଲକ ରୋଡ଼ସ୍ଥିତ ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ କହିଛି । ସୁରତର ଏକ ଅଦାଲତ ଅପରାଧିକ ମାନହାନି ମାମଲାରେ ରାହୁଳଙ୍କୁ ମାର୍ଚ୍ଚ ୨୩ରେ ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରଦିନ ସଂସଦ ସଦସ୍ୟତା ରଦ୍ଦ କରିଦିଆଯାଇଥିଲା ।