ସ୍କୁଲ ପିଲାଙ୍କୁ ରାଇଡିଂ ମନା

ଭୁବନେଶ୍ୱର/କଟକ, ୨୭ା୩ (ବୁ୍ୟରୋ): ଏପ୍ରିଲ ପହିଲାରୁ ରାଜ୍ୟ ପରିବହନ ବିଭାଗ ରାସ୍ତାରେ ଜିରୋ କାଜୁଆଲିଟୀ ଉପରେ ଗୁରୁତ୍ୱ ଦେଇଛି । ଏଥିନିମନ୍ତେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଗାଡି ଚଲାଇବା ଉପରେ କଟକଣା ଜାରି କରାଯାଇଛି । ଏଥିନିମନ୍ତେ ମଙ୍ଗଳବାର ଠାରୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ କରାଯିବ । ରାସ୍ତାରେ ବିଶେଷ କରି ସ୍କୁଲ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡାକଡ଼ି ହେବ ।
ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ୟ ଅନୁଷ୍ଠାନ ହେବ । ୨୫ ହାଜର ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଫାଇନ ଦେବାକୁ ପଡ଼ିବ । ଏହା ସହ ଗାଡି ମାଲିକ କିମ୍ବା ଅଭିଭାବକଙ୍କୁ ଜେଲ ଦଣ୍ଡଭୋଗିବାକୁ ମଧ୍ୟ ପଡିପାରେ । ଏଥିସହ ୨୫ ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତ ନବାଳକଙ୍କୁ ଗାଡି ଲାଇସେନ୍ସ ମିଳିବନାହି ବୋଲି ବିଭାଗ ସ୍ୱଷ୍ଟ କରିଛି ।
ଏସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠି କହିଛନ୍ତି ଯେ, ଗତ ତିନିଦିନ ହେବ ମଦ୍ୟପ ଗାଡି·ଳକ ଉପରେ ପାରିବହନ ବିଭାଗର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସାରା ରାଜ୍ୟରେ ମୋଟ ୭୬୩ କେଶ ହୋଇଛିୟ ସମସ୍ତଙ୍କୁ ଜେଲ କଷ୍ଟଡିକୁ ପଠାଇବା ପାଇଁ ପକ୍ରିୟା ଆରମ୍ବ ହୋଇଛି । ଆସନ୍ତା କାଲି ସାରା ରାଜ୍ୟରେ ପୁଣି ଯାଞ୍ଚ କରାଯିବୟ ମୁଖ୍ୟତଃ ଗାଡି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡି ଚଳାଇବା, ଦ୍ରୁତ ଗତିରେ ଗାଡି ଚଳନା ଉପରେ ନଜର ରଖାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *