୩୧ ଯାଏ ନିସ୍ତାର ନାହିଁ

ପଶ୍ଚିମା ଝଡ଼
ଭୁବନେଶ୍ୱର, ୨୭ା୩ (ବୁ୍ୟରୋ): ପଶ୍ଚିମା-ଝଡ଼ ପ୍ରଭାବରେ ମଙ୍ଗଳବାର ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଘଣ୍ଟା ପ୍ରତି ବେଗ ୩୦ ରୁ ୪୦ କିମି ବେଗରେ ଝଡ଼ ପବନ ସହ ବର୍ଷା ହେବ । ୨୯ ପାଇଁ ବି ଅନୁରୂପ ଚେତାବନୀ ରହିଛି । ୨୯ ରାତ୍ରିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ଏହା ପ୍ରଭାବିତ କରିବ । ମାର୍ଚ୍ଚ ୩୧ରେ ବିଜୁଳି ଘଡ଼ଘଡ଼ି ଏବଂ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି ।
ମାର୍ଚ୍ଚ ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସାଙ୍ଗକୁ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିଛି । କିଛି କିଛି ଅଞ୍ଚଳରେ କୁଆପଥର ବର୍ଷା ବି ହୋଇଛି । ୨୭ ତାରିଖରୁ ବର୍ଷାର ବିସ୍ତୃତି ବଳୟ ୧୧ଟି ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ବି ଅଧିକ ହେବ । ଏଭଳି ପାଗ ଚାଷ କାର୍ଯ୍ୟକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ଦେଖାଦେଇଛି । ତେଣୁ ଅମଳକ୍ଷମ ପନିପରିବା, ମୁଗ ଓ ବିରି ଆଦି ଶସ୍ୟକୁ ଶୀଘ୍ର ଅମଳ କରିନେବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *