୨ଟି ଦୁର୍ଘଟଣାରେ ୫ ମୃତ, ୫ ଗୁରୁତର

ଅଶୁଭ ସୋମବାର
ରାଉରକେଲା/ବଣାଇଁ, ୨୭ ।୩ (ଆପ୍ର): ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ‘ପ୍ରଭା’ ନାମକ ଏକ ଘରୋଇ ବସ୍ (ଓଡ଼ି-୧୪-ଏମ୍-୮୬୭୯) ଚାନ୍ଦିପୋଷ ଥାନା ଅନ୍ତର୍ଗତ ବି୍ରଜ୍ସିଂହ ଢାବା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ (୧୩) ବର୍ଷର ଝିଅ ଆଶ୍ରୀତା ଟୁଡୁ ଥିବାବେଳେ ତାଙ୍କ ମା’ ସୁଜାତା ଟୁଡୁ (୪୫) ଏବଂ ବସ ମାଲିକ ସତ୍ୟ ପ୍ରକାଶ ନାୟକ (୩୩)ଙ୍କର ମୃତ୍ୟ ହୋଇଛି । ଏହି ଦୁର୍ଘଟଣାରେ ୨୦ ଜଣ ବସ୍ୟାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଗୁରୁତର ଆହତଙ୍କୁ ରାଉରକେଲା ଜେପି ହସପିଟାଲ, ଆଉ ଜଣଙ୍କୁ ଆଇଜିଏଚ୍ ପଠାଯାଇଛି । ଅନ୍ୟ ଆହତମାନେ ସହରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ପ୍ରଭା ବସ୍ଟି ସୋମବାର ଭୋର୍ ୪ଟା ସମୟରେ ୧୪୩ ନମ୍ବର ଜାତୀୟ ରାଜପଥ ଦରଜିଙ୍ଗ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ରାସ୍ତା କଡ଼ରେ ବାମ ପଟ ରଙ୍ଗ ସାଇଡ୍ରେ ଛିଡା ହୋଇଥିବା ଏକ ହାଇୱା ଗାଡିକୁ ପଛପଟୁ ବସ୍ଟି ଖୁବ୍ ଜୋର୍ରେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । ବସ୍ ଡ୍ରାଇଭର ବାମ ହାତ କଟି ଯାଇ ଅତି ଗୁରୁତର ଅବସ୍ଥାରେ ଜେପି ହସ୍ପିଟାଲରେ ଥିବାବେଳେ ବହୁ ବସ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚô ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *