ବିନୋଦ କୁମାରଙ୍କୁ ଜେଲ୍

ଦୁର୍ନୀତି ମାଲଲାରେ ସପ୍ତମ ସଜା
ଭୁବନେଶ୍ୱର, ୨୭ ।୩(ବୁ୍ୟରୋ): ପୂର୍ବରୁ ୬ ଥର ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଆଇଏଏସ୍ ଅଫିସର୍ ବିନୋଦ କୁମାରଙ୍କୁ ଭିଜିଲାନ୍ସ ସ୍ପେଶାଲ୍ ଜଜ୍ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ (ଓଆର୍ଏଚ୍ଡିସି) ଦୁର୍ନୀତି ମାମଲାରେ ସୋମବାର ସଜା ଶୁଣାଇଛନ୍ତି । ତାଙ୍କୁ ୩ ବର୍ଷ ସଶ୍ରମ କାରା ସହ ୫୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଦିଆଯାଇଛି । ଜରିମାନା ଆଦାୟ ହୋଇ ନ ପାରିଲେ, ସେ ଆଉ ୬ ମାସ ସଶ୍ରମ ଜେଲ୍ ଭୋଗିବେ । ତାଙ୍କ ସହିତ ଅନ୍ୟ ୪ ଜଣ ଦଣ୍ଡିତ ହୋଇଛନ୍ତି । ବିନୋଦ କୁମାର ଓଆର୍ଏଚ୍ଡିସିର ଏମ୍ଡି ଥିବାବେଳେ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ଦେଖାଇ ୩୩ କୋଟି ୩୪ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଏହା ବିରୋଧରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ କେସ୍ ଦାୟର କରିଥିଲେ । ବିନୋଦ କୁମାରଙ୍କ ବାଦ୍ ଦଣ୍ଡିତ ଅନ୍ୟ ୪ ଜଣ ହେଲେ ପୂର୍ବତନ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାପାତ୍ର, ପୂର୍ବତନ ଋଣ ଆଦାୟ ସହକାରୀ ଉମେଶ ଚନ୍ଦ୍ର ସ୍ୱାଇଁ, ରଶ୍ମି ପଟ୍ଟନାୟକ ଓ ରତନ କୁମାର ସାହୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *