ନିକୁଞ୍ଜ ମୁଖ୍ୟ ନିର୍ବାଚନ ଅଧିକାରୀ

ଆଇଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୪ା୩ (ବୁ୍ୟରୋ): ସ୍ୱତନ୍ତ୍ର ରିଲିଫ୍ କମିଶନର୍ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ଏନେଇ ଭାରତର ନିର୍ବାଚନ କମିଶନଙ୍କ ସଚିବାଳୟ ପକ୍ଷରୁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିବା ସହିତ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିଯୁକ୍ତ କରିଛନ୍ତି । ନିକୁଞ୍ଜ ବିହାରୀ ଧଳ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ସୁଶୀଲ ଲୋହାନୀ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ଜାରି ରଖିବେ । ଶ୍ରୀ ଧଳଙ୍କୁ କୌଣସି ପ୍ରକାର ଅତିରିକ୍ତ ଦାୟିତ୍ୱ ନ ଦେବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିବା ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୂର୍ବ ଭଳି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ସ୍ୱତନ୍ତ୍ର ରିଲିଫ କମିଶନରଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
୧୯୯୫ ବ୍ୟାଚ୍ର ଆଇଏଏସ୍ ସୁଶୀଲ ଲୋହାନୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି । ଏଥିସହିତ ସେ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂହ ମଧ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ ଜାରି ରଖିବେ । ଏଥିସହିତ ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଏବଂ ଜିଏସ୍ଟି କମିଶନର ଭାବେ ଅତରିକ୍ତ ଦାୟିତ୍ୱ ମିଳିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଜ୍ଞାନ ରଞ୍ଜନ ଦାସଙ୍କୁ ଅତିରିକ୍ତ ଭାବେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପରିଚାଳନା ନିଦେ୍ର୍ଦଶକ ଦାୟିତ୍ୱ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *