୧.୨ କୋଟି ହ୍ୱାଟ୍ସଆପ୍ ୟୁଜରଙ୍କ ଡାଟା ଚୋରି
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ସବୁଠୁ ବଡ ସୋସିଆଲ ମିଡିଆ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ରୁ ବ୍ୟକ୍ତବିଶେଷଙ୍କ ବ୍ୟକ୍ତିଗତ ତଥ୍ୟ ବା ଡାଟା ଚୋରି ହୋଇଥିବା ନେଇ ଏକ ବଡ଼ ସମ୍ବେଦନଶୀଳ ରିପୋର୍ଟ ସାମ୍ନାକୁ ଆସିଛି । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯିବା ପରେ ହିଁ ଏସମ୍ପର୍କରେ ଜଣାପଡିଛି । ସାଇବର ପୁଲିସ୍ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ଏହି ଡାଟା ଲିକ୍ ପ୍ରକ୍ରିୟାରେ ଉଭୟ ସରକାରୀ ଏବଂ ଅଣସରକାରୀ ସ୍ତରରେ ପ୍ରାୟ ୧୬.୮ କୋଟି ଆକାଉଣ୍ଟରୁ ତଥ୍ୟ ଚୋରି ହୋଇଛି । ସବୁଠୁ ବଡ଼କଥା ହେଉଛି ଡାଟା ଚୋରି ହୋଇଥିବା ୟୁଜର୍ସଙ୍କ ମଧ୍ୟରେ ପ୍ରାୟ ୨.୫୫ ଲକ୍ଷ ସେନା ଅଧିକାରୀଙ୍କ ତଥ୍ୟ ମଧ୍ୟ ରହିଛି । ତେବେ ଏହି ଏହି ଡାଟା ଚୋରିକୁ ଦେଶର ସବୁଠୁ ବଡ ଡାଟା ଲିକ୍ ଭାବେ ବିବେଚନା କରାଯାଉଛି ।
ଡାଟା ଲିକ୍ ଅଭିଯୋଗରେ ତେଲେଙ୍ଗାନାର ସାଇବରାବାଦ ପୁଲିସ୍ ୭ ଜଣଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତମାନେ ୧୪ଠଟି ବର୍ଗରେ ଚୋରି କରିଥିବା ଡାଟାକୁ ବିକ୍ରି କରୁଥିଲେ । ସାଇବରବାଦ ପୁଲିସ୍ କମିଶନର ଏମ୍ ଷ୍ଟିଫେନ୍ ରବିନ୍ଦ୍ର ନିଜେ ଏହି ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତ ନୋଏଡାର ଏକ କଲ୍ ସେଣ୍ଟର ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିଲେ । ଏମାନେ ଚୋରି କରିଥିବା ଏତେ ପରିମାଣର ତଥ୍ୟକୁ ୧ଠଠ ସାଇବର ଠକଙ୍କୁ ବିକ୍ରି କରିଥିବା କହିଛନ୍ତି । ରିପୋର୍ଟରେ ଅଭିଯୁକ୍ତମାନେ ୫ଠ ହଜାର ଲୋକଙ୍କ ତଥ୍ୟକୁ ମାତ୍ର ୨ ହଜାର ଟଙ୍କାରେ ଟଙ୍କାରେ ବିକ୍ରି କରିଥିବା ସ୍ୱୀକାର କରିଛନ୍ତି ।