ରାହୁଲଙ୍କୁ ଜେଲ୍
ସୁରତ/ ନୂଆଦିଲ୍ଲୀ, ୨୩ା୩: ‘ସବୁ ଚୋରଙ୍କ ସର୍ନେମ୍ (ସାଙ୍ଗିଆ) ମୋଦି କାହିଁକି…’ ଏହି ମନ୍ତବ୍ୟ ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବାୟନାଡ଼ ସାଂସଦ ରାହୁଲ ଗାନ୍ଧିଙ୍କୁ ସୁରତର ଏକ ଅଦାଲତ ଗୁରୁବାର ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୪୯୯ ଓ ୫୦୦ ଅନୁଯାୟୀ ଏହି ରାୟ ଶୁଣାଇବାର ୨୭ ମିନିଟ୍ ପରେ କୋର୍ଟ ତାଙ୍କୁ ୨ବର୍ଷ ଜେଲ୍ ଓ ୧୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତିି । ପରେ ପରେ ରାହୁଲଙ୍କୁ ସେହି ଅଦାଲତ (ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ବର୍ମାଙ୍କ ଅଦାଲତ)ରୁ ଜାମିନ୍ ମଧ୍ୟ ମିଳିଛି । ତା’ ସହିତ ଉଚ୍ଚ ଅଦାଲତରେ ଅପିଲ୍ ସୁଯୋଗ ଦେଇ କୋର୍ଟ ଦଣ୍ଡ ପ୍ରକ୍ରିୟା ସଂହିତା (ସିଆର୍ପିସି), ୧୯୭୩ର ଧାରା ୩୮୯ ଅନୁଯାୟୀ ଦଣ୍ଡାଦେଶକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି ।
ରାୟ ଶୁଣାଣି ବେଳେ ରାହୁଲ ସିଜେଏମ୍ କୋର୍ଟରେ ଉପସ୍ଥିତ ଥିଲେ । ଜାମିନ ପାଇବା ପରେ ସେ ଦିଲ୍ଲୀ ଫେରି ଯାଇଥିଲେ । ଦଣ୍ଡ ଘୋଷଣା ପରେ ରାହୁଲ ଟ୍ୱିଟ୍ର ମାଧ୍ୟମରେ ମହାତ୍ମା ଗାନ୍ଧିଙ୍କ ଏକ ଉକ୍ତି ଉଦ୍ଧାର କରି ଲେଖିଥିଲେ- ‘ମୋର ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ମୋର ଭଗବାନ । ତାଙ୍କୁ ପାଇବାର ସାଧନ ଅହିଂସା ।’ ଅପରପକ୍ଷେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଗୁଜରାଟର ବିଧାୟକ ପୂର୍ଣ୍ଣେଶ ମୋଦି ଓ ତାଙ୍କ ସମର୍ଥକମାନେ କୋର୍ଟ ବାହାରେ ଭାରତ ମାତା କି ଜୟ ଓ ଜୟ ଶ୍ରୀରାମ ନାରା ଲଗାଇଥିଲେ । କୋର୍ଟ ରାୟ ବିରୋଧରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ କରାଯାଇଛି ।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର ଠାରେ ଏକ ରାଲିରେ ଭାଷଣ ଦେବା ମଧ୍ୟରେ ରାହୁଲ କହିଥିଲେ, ‘ଚୋରମାନଙ୍କ ସାଙ୍ଗିଆ ମୋଦି । ସବୁ ଚୋରଙ୍କ ସର୍ନେମ୍ କାହିଁକି ମୋଦି ହୋଇଛି – ସେ ଲଳିତ ମୋଦି ହୁଅନ୍ତୁ ବା ନୀରବ ମୋଦି ଅଥବା ନରେନ୍ଦ୍ର ମୋଦି?’ ତାଙ୍କର ଏହି ବୟାନ ବିରୋଧରେ ଗୁଜରାଟର ବିଜେପି ନେତା ପୂର୍ଣ୍ଣେଶ ମୋଦି ଅପରାଧିକ ମାନହାନି କେସ୍ ଦାୟର କରିଥିଲେ ।
ଏହି ମାମଲା ୪ ବର୍ଷ ଧରି ଚାଲିଥିଲା । ଶୁଣାଣି ଭିତରେ ରାହୁଲ ୩ ଥର କୋର୍ଟରେ ହାଜର ହୋଇଥିଲେ । ୨୦୨୧ ଅକ୍ଟୋବରରେ ସେ କୋର୍ଟରେ ନିଜକୁ ନିଦେ୍ର୍ଦାଷ ଦର୍ଶାଇଥିଲେ । ମାର୍ଚ୍ଚ ୧୭ ତାରିଖ ଦିନ ମାମଲର ଶୁଣାଣି ସରିବା ପରେ କୋର୍ଟ ଫୈସଲା ସୁରକ୍ଷିତ ରଖିଥିଲେ ।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର ଠାରେ ଏକ ରାଲିରେ ଭାଷଣ ଦେବା ମଧ୍ୟରେ ରାହୁଲ କହିଥିଲେ, ‘ଚୋରମାନଙ୍କ ସାଙ୍ଗିଆ ମୋଦି । ସବୁ ଚୋରଙ୍କ ସର୍ନେମ୍ କାହିଁକି ମୋଦି ହୋଇଛି – ସେ ଲଳିତ ମୋଦି ହୁଅନ୍ତୁ ବା ନୀରବ ମୋଦି ଅଥବା ନରେନ୍ଦ୍ର ମୋଦି?’ ତାଙ୍କର ଏହି ବୟାନ ବିରୋଧରେ ଗୁଜରାଟର ବିଜେପି ନେତା ପୂର୍ଣ୍ଣେଶ ମୋଦି ଅପରାଧିକ ମାନହାନି କେସ୍ ଦାୟର କରିଥିଲେ ।
ମାମଲା ୪ ବର୍ଷ ଧରି ଚାଲିଥିଲା । ଶୁଣାଣି ଭିତରେ ରାହୁଲ ୩ ଥର କୋର୍ଟରେ ହାଜର ହୋଇଥିଲେ । ୨୦୨୧ ଅକ୍ଟୋବରରେ ସେ କୋର୍ଟରେ ନିଜକୁ ନିଦେ୍ର୍ଦାଷ ଦର୍ଶାଇଥିଲେ । ମାର୍ଚ୍ଚ ୧୭ ତାରିଖ ଦିନ ମାମଲର ଶୁଣାଣି ସରିବା ପରେ କୋର୍ଟ ଫୈସଲା ସୁରକ୍ଷିତ ରଖିଥିଲେ ।
ଗୁରୁବାର ରାୟ ଆସିବା ପରଠୁ ରାହୁଲଙ୍କ ପାଇଁ ଅଡୁଆ ବଢିଛି । ତାଙ୍କୁ ସୁରତ ସିଜେଏମ୍ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ଷ୍ଟେ ଆଣିବାକୁ ପଡିବ । ତଥାପି ତାହା ସାଂସଦ ପଦ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ଦୋଷସିଦ୍ଧି ଆଦେଶ ଉପରେ ମଧ୍ୟ ଅପିଲେଟ୍ ସେସନ୍ସ କୋର୍ଟରୁ ରହିତାଦେଶ ଆଣିବାକୁ ହେବ । ରହିତାଦେଶ ଦେବା ନଦେବା ସମ୍ପୃକ୍ତ ବିଚାରପତିଙ୍କ ବିବେକ ଉପରେ ନିର୍ଭର କରେ । ୨୦୧୩ ଜୁଲାଇରେ ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ ଯେ ଅଦାଲତରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ୍ ଦଣ୍ଡାଦେଶ ପାଇଥିବା ଜନପ୍ରତିନିଧି (ସାଂସଦ/ବିଧାୟକ)ଙ୍କ ସଦସ୍ୟତା ରଦ୍ଦ କରି ଦିଆଯିବ । ସେହି ଆଦେଶରେ ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଥିଲେ ଯେ ଯେଉଁ ସାଂସଦ ବା ବିଧାୟକ ଦଣ୍ଡାଦେଶକୁ ଉପର କୋର୍ଟରେ ଚାଲେଞ୍ଜ କରିବେ, ତାଙ୍କ ପ୍ରତି ସଦସ୍ୟତା ରଦ୍ଦ ଆଦେଶ ଲାଗୁ ହେବ ନାହିଁ । ରାହୁଲଙ୍କ ଓକିଲ ସୁରତ କୋର୍ଟରେ କହିଛନ୍ତି, ଆମେ ଫଇସଲା ବିରୋଧରେ ହାଇକୋର୍ଟ ଯିବୁ । ଅପିଲ କରିବା ପାଇଁ ରାହୁଲଙ୍କ ହାତରେ ୩୦ଦିନ ସମୟ ଅଛି । ଜନ ପ୍ରତିନିଧି ଆଇନ ଅଧିନିୟମର ଧାରା ୮ (୩) ଅନୁଯାୟୀ ରାହୁଲଙ୍କୁ ମିଳିଥିବା ଦଣ୍ଡାଦେଶ ସୁପ୍ରିମ୍କୋର୍ଟରେ କାଏମ ରହିଲେ ତାଙ୍କ ସାଂସଦ ପଦ ରଦ୍ଦ ହୋଇପାରେ ଏବଂ ଜେଲ ଦଣ୍ଡ ଭୋଗିବା ପରେ ଆଉ ୬ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନରେ ଲଢିପାରିବେ ନାହିଁ ।