ଏ ବର୍ଷ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର, ୨୩ା୩ (ବୁ୍ୟରୋ): ରାଜ୍ୟର ବିଦୁ୍ୟତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡିଶା ବିଦୁ୍ୟତ୍ ନିୟାମକ ଆୟୋଗ (ଓଇଆରସି) । ୨୦୨୩-୨୪ ଆର୍ଥିକ ବର୍ଷରେ ବିଦୁ୍ୟତ୍ ଦର ବୃଦ୍ଧି ହେବ କି ନାହିଁ, ସେ ସମ୍ପର୍କରେ ଓଇଆର୍ସି ସହିତ ଉତ୍ପାଦନକାରୀ, ଆବଣ୍ଟନକାରୀ ଓ ଉପଭୋକ୍ତାଙ୍କ ମଧ୍ୟରେ ବୈଠକ ବସିଥିଲା । ବୈଠକରେ ବିଜୁଳି ଦର ଅପରିବର୍ତ୍ତତ ରଖାଯାଇଛି ବୋଲି ଓଇଆର୍ସି ପକ୍ଷରୁ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଓଇଆର୍ସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଥିଲେ, ୨୦୨୩-୨୪ ବର୍ଷ ପାଇଁ ବିଜୁଳି ଦର ବଢ଼ିବନି । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରଖାଯାଇଛି । ଏହାଦ୍ୱାରା ଗ୍ରାହକଙ୍କ ଉପରେ ବିଦୁ୍ୟତ୍ ଶୁଳ୍କ ବୋଝ ପଡ଼ିବନାହିଁ । ଚାଷୀଙ୍କ ପାଇଁ ବିଦୁ୍ୟତ୍ ବିଲରେ ମଧ୍ୟ ରିହାତି ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ବ୍ୟବସ୍ଥା ରଖାଯାଇଛି । ସେହିପରି ଫାଇନ୍ ବ୍ୟବସ୍ଥାକୁ ବାଦ୍ ଦିଆଯାଇଛି ।
ପୂର୍ବଭଳି ଘରୋଇ ବିଦୁ୍ୟତ୍ ଉପଭୋକ୍ତା ୦ ରୁ ୫୦ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ୩ ଟଙ୍କା ଦେବେ । ୫୦ରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ୪ଟଙ୍କା ୮୦ ପଇସା ଓ ୨୦୦ରୁ ୪୦୦ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କା ୮୦ ପଇସା ଧାର୍ଯ୍ୟ କରାଯାଇଛି । ୪୦୦ ୟୁନିଟ ପରେ ୟୁନିଟ୍ ପିଚ୍ଛା ୬ ଟଙ୍କା ୨୦ ପଇସା ଆଦାୟ କରାଯିବ । ଶୀତଳ ଭଣ୍ଡାର ପାଇଁ ୟୁନିଟ୍ ପିଛା ୧ ଟଙ୍କା ୬୦ ପଇସା ଛାଡ଼ କରାଯାଇଛି । ସେହିପରି ରେଳବାଇ କ୍ଷେତ୍ରରେ ୨୫ ପ୍ରତିଶତର ରିହାତିକୁ ମଞ୍ଜୁର କରାଯାଇଛି । ଗ୍ରାମାଞ୍ଚଳର ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୧୦ ପଇସା ରିହାତି ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *