ପଦ୍ମ ପୁରସ୍କାର ପାଇଲେ ମାଗୁଣି
ନୂଆଦିଲ୍ଲୀ, ୨୨ା୩: ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ କେନ୍ଦୁଝରର ସୁପ୍ରସିଦ୍ଧ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରୁଛନ୍ତି ।
ମାଗୁଣି ୧୫ ବର୍ଷ ବୟସରେ ଗୁରୁ ମକରଧ୍ୱଜ ବେହେରାଙ୍କଠାରୁ କଣ୍ଢେଇ ନୃତ୍ୟକଳା ଶିଖିଥିଲେ । ପରବର୍ତ୍ତୀ କାଳରେ ସେ ସେ ଉକ୍ରଳ ବିଶ୍ୱକର୍ମା କଳାକୁଞ୍ଜ ନାମରେ ଏକ ଦଳ ଗଢିଥିଲେ । ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଗୁଆହାଟୀ, ଅଗରତାଲା, କୁଚବିହାର, ଭୋପାଳ, ଶାନ୍ତିନିକେତନ, ବେଙ୍ଗଲୁରୁ (ଆନ୍ତର୍ଜାତିକ କଣ୍ଢେଇ ନୃତ୍ୟ ପ୍ରଦର୍ଶନୀ), ଏସିଆଡ୍-୧୯୭୨ରେ କଣ୍ଢେଇ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ତାଙ୍କୁ ରାଜ୍ୟରେ ତଥା ରାଜ୍ୟ ବାହାରେ ବହୁ ପୁରସ୍କାର ପ୍ରଦାନ କରାଯାଇଛି । ୧୯୮୪ରେ ମାଗୁଣି ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୨୦୦୪ରେ ତାଙ୍କୁ ମିଳିଥିଲା କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ।
ମାଗୁଣି ନିଜେ ବିଭିନ୍ନ ଚରିତ୍ରର କଣ୍ଢେଇ ତିଆରି କରନ୍ତି ଏବଂ ସୋ’ ପାଇଁ ସଂଳାପ ବି ଲେଖନ୍ତି । ସେ ବି ଜଣେ ଚିତ୍ରଶିଳ୍ପୀ ତଥା ଅଭିନେତା । ୮୭ ବର୍ଷୟ ବୟସରେ ସେ ଏବେବି କର୍ମଚଞ୍ଚଳ ।