ରାହୁଲଙ୍କ ଘରେ ପୁଲିସ
ନୂଆଦିଲ୍ଲୀ, ୧୯ା୩: ଶ୍ରୀନଗରରେ ଭାରତ ଯୋଡ ଯାତ୍ରାର ଶେଷ ଦିନରେ ରାହୁଲ ଗାନ୍ଧି ଦେଇଥିବା ବିବାଦୀୟ ବିବୃତି ମାମଲାରେ ଦିଲ୍ଲୀ ପୁଲିସ ରବିବାର ତାଙ୍କ ଘରକୁ ଯାଇ ନୋଟିସ୍ ଜାରି କରିଛି । ଏହାର ପ୍ରାରମ୍ଭିକ ଜବାବରେ ରାହୁଲ ଉଲ୍ଲେଖ କରିଛନ୍ତି ଯେ ୪୫ ଦିନ ତଳର ଘଟଣା ହୋଇଥିବାରୁ ସବୁ କଥା ମନେ ପକାଇ ୮/୧୦ ଦିନ ଭିତରେ ଉତ୍ତର ଦେବେ । ଦିଲ୍ଲୀ ପୁଲିସର ସ୍ପେଶାଲ୍ କମିଶନର (ଆଇନ ଶୃଙ୍ଖଳା) ସାଗର ପ୍ରୀତ ହୁଡ୍ଡାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଯାଇଥିଲା । ହୁଡ୍ଡା କହିଛନ୍ତି ରାହୁଲଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ଜବାବରେ ବିଶେଷ କିଛି ସୂଚନା ନାହିଁ । ଆବଶ୍ୟକ ହେଲେ ରାହୁଲଙ୍କୁ ଜେରା କରାଯାଇପାରେ । ରାହୁଲ ଗାନ୍ଧି ଶ୍ରୀନଗରରେ କହିଥିଲେ ଯେ ଆଜି ବି ମହିଳାମାନଙ୍କ ସହ ଯୌନ ଶୋଷଣ ହେଉଛି । ଏହା ଉପରେ ଦିଲ୍ଲୀ ପୁଲିସ ମାର୍ଚ୍ଚ ୧୬ ତାରିଖ ଦିନ ନୋଟିସ୍ ପଠାଇ ପଚାରିଥିଲେ ସେହି ମହିଳାମାନେ କିଏ ଯାହାଙ୍କ ସହ ଏପରି ଘଟୁଛି । ରାହୁଲଙ୍କ ଘରେ ପୁଲିସପହଞ୍ଚôବା ଘଟଣାରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀରେ କଂଗ୍ରେସର ବହୁ ସମର୍ଥକ ବିକ୍ଷୋଭ କରିଛନ୍ତି । ପୁଲିସ ଅନେକଙ୍କୁ ଅଟକ ରଖିଛି । ଦଳର ମୁଖପାତ୍ର ପବନ ଖେଡା କହିଛନ୍ତି ସରକାର ଆମକୁ ଡରାଇ ପାରିବେ ନାହିଁ । କେଉଁ ନିୟମ ଅନୁସାରେ ୪୫ ଦିନ ପୂର୍ବର କଥାକୁ ନେଇ ପୁଲିସ ସେଠାରେ ପହଞ୍ଚôଲା ଆମେ ଜାଣିବା ଦରକାର ।