୧୬ ମୃତ, ୩୮୧ ଆହତ

ଇକ୍ୱେଡରରେ ୬.୮ ତୀବ୍ରତାର ଭୂକମ୍ପ
ଗୁୟାସ, ୧୯ା୩: ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର ଓ ଉତ୍ତର ପେରୁରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ରିପୋର୍ଟ ଅନୁସାରେ ଭୂକମ୍ପରେ ୧୬ ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୩୮୧ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଧ୍ୱଂସସ୍ତୁପ ତଳେ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି । ବହୁ ଘର ଭାଙ୍ଗି ଯାଇଥିବାବେଳେ ଅନେକ ସହରରେ ବିଦୁ୍ୟତ୍ ସରବରାହ ବିଚ୍ଛିନ୍ନ ହୋଇଛି ।
ୟୁଏସ୍ ଜିଓଲଜିକାଲ୍ ସର୍ଭେ ଅନୁଯାୟୀ, ଭୂକମ୍ପର ସବୁଠାରୁ ଅଧିକ ପ୍ରଭାବ ଗୁୟାସ ସହରରେ ପଡ଼ିଛି । ଏହା ସମୁଦ୍ର ତଟବର୍ତ୍ତି ଅଞ୍ଚଳ । ଭୂକମ୍ପର କେନ୍ଦ୍ରସ୍ଥଳ ଗୁୟାସର ଦକ୍ଷିଣକୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିଲା । ଏହାର ପ୍ରଭାବ ଏତେ ଥିଲା ଯେ, ପଡୋଶୀ ଦେଶ ପେରୁରେ ମଧ୍ୟ କ୍ଷୟକ୍ଷତି ଘଟିଛି । ଘର, ସ୍କୁଲ ଓ ମେଡିକାଲ୍ ସେଣ୍ଟର୍ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି ।
ଇକୁ୍ୟଏଡର ରାଷ୍ଟ୍ରପତି ଗୁଇଲିରମୋ ଲେସୋ ସୋସାଲ୍ ମିଡିଆ ଜରିଆରେ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ସେଠାରେ ଏବେ ଯୁଦ୍ଧସ୍ତରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛିଦିନ ପୂର୍ବେ ତୁର୍କୀରେ ୫୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା ଯେଉଁଥିପାଇଁ ଏହି ଭୂକମ୍ପକୁ ନେଇ ଇକୁ୍ୟଏଡରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *