ବ୍ୟାନ୍ ହେବ ଇମ୍ରାନଙ୍କ ଦଳ

ଇସଲାମାବାଦ, ୧୯ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନ୍ସାଫ୍ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ୍ ଖାନ୍ଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇ ପୁଲିସ ତାଙ୍କ ବିରୋଧରେ ଏକାଧିକ ସଙ୍ଗୀନ ଧାରାରେ ନୂଆ ମାମଲା ରୁଜୁ କରିଛି । ପିଟିଆଇକୁ ନିଷିଦ୍ଧ ଘୋଷଣା କରିବା ଲାଗି ସରିଫ ସରକାର ଚିନ୍ତା କରୁଛନ୍ତି । ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ କହିଛନ୍ତି ଯେ ଇମ୍ରାନ୍ଙ୍କ ଦଳ ଉପରେ କଠୋର କଟକଣା ଲଗାଇବା ସମ୍ପର୍କରେ ସରକାର ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ କରିବେ । କୌଣସି ଦଳକୁ ବ୍ୟାନ୍ କରାଯିବା ମୁଖ୍ୟତଃ ଏକ ନ୍ୟାୟିକ ପ୍ରକ୍ରିୟା ।
ଶନିବାର ଇମ୍ରାନ୍ ଏକ ଜିଲ୍ଲା ଅଦାଲତରେ ହାଜର ହେବା ପାଇଁ ଲାହୋରରୁ ଇସ୍ଲାମାବାଦ ଅଭିମୁଖେ ବାହାରିଯିବା ପରେ ପରେ ପୁଲିସ ତାଙ୍କ ଘର ସର୍ଚ୍ଚ କରିଥିଲା । ଇମ୍ରାନ୍ଙ୍କ ଘରୁ ମାରଣାସ୍ତ୍ର ଓ ପେଟ୍ରୋଲ ବୋମା ମିଳିଥିବାରୁ ପୁଲିସ ତାଙ୍କୁ ଆତଙ୍କବାଦୀ ବିବେଚନା କରି ସେହି ଅନୁସାରେ ବିଭିନ୍ନ ଦଫାରେ କେସ୍ ଦେଇଛି । ପିଏମ୍ଏନ୍-ଏଲ୍ ଦଳର ବରିଷ୍ଠ ଉପାଧ୍ୟକ୍ଷା ମରିୟମ୍ ନୌୱାଜ୍ ପୂର୍ବରୁ କହିଆସୁଥିଲେ ଯେ ଇମ୍ରାନ୍ଙ୍କ ଦଳ ଏକ ଆତଙ୍କବାଦୀ ସଙ୍ଗଠନ ଏବେ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫ୍ ମରିଅମ୍ଙ୍କ ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *