ଏପ୍ରିଲ୍ ୧ ପୂର୍ବରୁ ସେସନ୍ ଆରମ୍ଭ କରନାହିଁ

ସିବିଏସ୍ଇର ନିଦେ୍ର୍ଦଶ
ନୂଆଦିଲ୍ଲୀ, ୧୮ା୩: ଏପ୍ରିଲ୍ ୧ ପୂର୍ବରୁ ନୂଆ ଶିକ୍ଷାବର୍ଷ (ଏକାଡେମିକ ସେସନ୍) ଆରମ୍ଭ ନ କରିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସ୍ଇ) ନିଦେ୍ର୍ଦଶ ଦେଇଛି । ବୋର୍ଡ଼ ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ୍ ପୂର୍ବରୁ ସେସନ୍ ଆରମ୍ଭ କଲେ ଶିକ୍ଷାର୍ଥୀଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି ହେବ ।
ସାଧାରଣତଃ, ଶିକ୍ଷାବର୍ଷ ଏପ୍ରିଲ୍ ୧ରୁ ଆରମ୍ଭ ହୋଇ ପରବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିଥାଏ । ଏବେ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଚାଲିଛି । ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇଥିଲା । ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ, ଦ୍ୱାଦଶ ପରୀକ୍ଷା ଏପ୍ରିଲ୍ ୫ରେ ସରିବ । ଅନେକ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଏକାଡେମିକ୍ ସେସନ୍ ଆରମ୍ଭ ହେବା ପରେ ସିବିଏସ୍ଇ ପକ୍ଷରୁ ଏଭଳି ଆଦେଶ ଦିଆଯାଇଛି ।
ସିବିଏସ୍ଇ ସଚିବ ଅନୁରାଗ ତ୍ରିପାଠୀ ଆଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ, କମ୍ ସମୟରେ ବର୍ଷକର ପାଠ୍ୟକ୍ରମ ସାରିଦେବା ଉଦେ୍ଦଶ୍ୟରେ କେତେକ ସ୍କୁଲ୍ ଏକାଡେମିକ୍ ସେସନ୍ ବହୁ ଶୀଘ୍ର ଆରମ୍ଭ କରିଦେଇଥିବା ଖବର ମିଳିଛି । କିନ୍ତୁ ଏହା ଦ୍ୱାରା ଶିକ୍ଷାର୍ଥୀମାନେ କ୍ଳାନ୍ତ ହୋଇପଡ଼ିବେ । ସେମାନଙ୍କ ଦୁଶ୍ଚିନ୍ତା ବଢ଼ିବ । ଏକାଡେମିକ୍ ସେସନ୍ ନିର୍ଦ୍ଧାରିତ ସମୟ ପୂର୍ବରୁୂ ଆରମ୍ଭ କରାଗଲେ ଛାତ୍ରଛାତ୍ରୀଙ୍କୁ ଏକ୍ସଟ୍ରା କରିକୁଲର୍ ଆକ୍ଟିଭିଟି ଯଥା- ଭେଲୁ୍ୟ ଏଜୁକେସନ୍, ଲାଇଫ୍ ସ୍କିଲ୍ସ, ହେଲ୍ଥ, ଫିଜିକାଲ ଏଜୁକେସନ୍ ଓ କମୁ୍ୟନିଟି ସର୍ଭିସ୍ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ । ଏ ସବୁ ନିୟମିତ ପାଠ୍ୟକ୍ରମ ଭଳି ଗୁରୁତ୍ୱପୂର୍ଣ୍ଣ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *