ଆନେ୍ଦାଳନ ସ୍ଥଗିତ

ଭୁବନେଶ୍ୱର, ୧୭ା୩ (ବୁ୍ୟରୋ): ରାଜ୍ୟରେ ଲଗାତାର ତିନି ଦିନ ଧରି ଜାରି ରହିଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନେ୍ଦାଳନ ଶେଷରେ ସ୍ଥଗିତ ହୋଇଛି । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିକୁ ଭରସା କରି ଶୁକ୍ରବାର ଡ୍ରାଇଭର ମହାସଂଘ ଆନେ୍ଦାଳନରୁ ଓହରିଛନ୍ତି । ଏନେଇ ଡ୍ରାଇଭର ଏକତା ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୋସାଲ୍ ମିଡିଆରେ ଏକ ଭିଡିଓ ଜରିଆରେ ସୂଚନା ଦେଇଛନ୍ତି । ଶ୍ରୀ ମେଣ୍ଡୁଲି କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ଓ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆନେ୍ଦାଳନ ସ୍ଥଗିତ ରହିଲା । ତେବେ ତିନି ମାସ ମଧ୍ୟରେ ଦାବି ପୂରଣ ନ ହେଲେ ଆମେ ଆନେ୍ଦାଳନକୁ ତୀବ୍ର କରିବୁ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।
୧୦ ଦଫା ଦାବିରେ ବୁଧବାରଠାରୁ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନେ୍ଦାଳନ ଚଳାଇଥିଲେ । ପ୍ରଥମ ଦିନରେ ଆନେ୍ଦାଳନରୁ ହଟିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ । ଦ୍ୱିତୀୟ ଦିନ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ଏକତା ମହାସଂଘର ସ୍ୱୀକୃତି ଥିବା କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବହୁ ସମୟ ଧରି ଆଲୋଚନା ପରେ ରାଜ୍ୟ ସରକାର ୩ ମାସ ସମୟ ନେଇଥିଲେ । ତିନି ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବିଗୁଡ଼ିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଖୋର୍ଦ୍ଧା ଜିଲ୍ଲାର ନେତାମାନେ ସକାରାତ୍ମକ ମନୋଭାବ ନେଇ ଆନେ୍ଦାଳନରୁ ଓହରିବେ ବୋଲି ପ୍ରତିଶ୍ରୁତି ଦେଇ ଫେରିଥିଲେ । ମାତ୍ର ଗୁରୁବାର ରାତି ସାରା ଏହାକୁ ନେଇ ଛକାପଂଝା ·ଲିଲା, ରାଜନୀତି ଜୋର ଧରିଥିଲା । ସରକାରଙ୍କ ପ୍ରତିଶ୍ରୁତି ଉପରେ ଆମର ଭରସା ନାହିଁ, ତେଣୁ ଆନେ୍ଦାଳନ ଜାରି ରହିବ ବୋଲି ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଶୁକ୍ରବାର ସକାଳେ ଏକ ଭିଡ଼ିଓ ଜାରି କରିଥିଲେ । ତେବେ ଅପରାହ୍ନରେ ସେହି ନିଷ୍ପତ୍ତି ବଦଳିଛି । ପୁଣି ଏକ ଭିଡିଓ ଜରିଆରେ ଆନେ୍ଦାଳନରୁ ଓହରିବା ନିଷ୍ପତ୍ତି ସେ ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତିର ବୈଧତା ଥିବା ଓକିଲଙ୍କଠାରୁ ଜାଣିବା ପରେ ଆନେ୍ଦାଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଛି ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ସୂଚନାଥାଉକି, ଡ୍ରାଇଭରଙ୍କ ଆନେ୍ଦାଳନର ତୃତୀୟ ଦିନରେ ଶୁକ୍ରବାର ମଧ୍ୟ ବିଭିନ୍ନ ସ୍ଥାନରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବହନ ବ୍ୟବସ୍ଥା ଠପ୍ ହୋଇଥିବାରୁ ବଜାରରେ ପନିପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟର ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ପେଟ୍ରୋଲ୍ ନ ମିଳିବା ଆଶଙ୍କାରେ ପେଟ୍ରୋଲ୍ ଟାଙ୍କି ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷରେ ଶୁକ୍ରବାର ବିଧାନସଭାରେ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିବୃତି ରଖି ଡ୍ରାଇଭରଙ୍କ ସହଯୋଗ ଲୋଡ଼ିଥିଲେ । ସେପଟେ ମୁଖ୍ୟ ଶାସନ ସଚିବ ଏବଂ ଡିଜି ଏକ ବୈଠକ କରି ପରିସ୍ଥିତିର ମୁକାବିଲା ଯୋଜନା କରିଥିଲେ । ଡ୍ରାଇଭରଙ୍କ ଆନେ୍ଦାଳନରେ ଅଣଡ୍ରାଇଭର ପଶି ହିଂସାକାଣ୍ଡ ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବାରୁ ମୁଖ୍ୟ ସଚିବ ଚେତାବନୀ ଦେଇଥିଲେ । ଆନେ୍ଦାଳନରୁ କ୍ଷାନ୍ତ ହୁଅନ୍ତୁ ଏବଂ ଅପ୍ରୀତିକର ପରିସ୍ଥିିତି ସୃଷ୍ଟି କରନ୍ତୁ ନାହିଁ ବୋଲି ସେ ମହାସଂଘକୁ ଅପିଲ୍ କରିଥିଲେ । ସେହିପରି ପୁଲିସ ଡିଜି ସୁନୀଲ ବଂଶଲ ମଧ୍ୟ କଡ଼ା ଆଭିମୁଖ୍ୟ ଦେଖାଇଥିଲେ । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସତ୍ୱେ ଆନେ୍ଦାଳନ ଚଳାଇବା ବେଆଇନ । ଗତକାଲି ପୁଲିସକୁ ଆକ୍ରମଣ ହୋଇଛି, ଆଇନକୁ ହାତକୁ ନିଆଯାଇଛି । ଏହାର ପୁନରାବୃତିି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ସତର୍କ କରାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *