ପୁତିନ୍ ଯୁଦ୍ଧ ଅପରାଧୀ, ଆଇସିସିର ଗିରଫ ୱାରେଣ୍ଟ

ମସ୍କୋ (ଏଜେନ୍ସି): ୟୁକ୍ରେନ୍ ବିରୋଧୀ ରୁଷ୍ ଯୁଦ୍ଧରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ଇଣ୍ଟରନ୍ୟାସନାଲ କି୍ରମିନାଲ୍ କୋର୍ଟ (ଆଇସିସି) ଦୋଷୀ ସାବ୍ୟସ୍ତ କରିଛି । ଏଥିସହ ପୁତିନ୍ଙ୍କ ବିରୋଧରେ ଆଇସିଜେ ପକ୍ଷରୁ ଗିରଫ ୱାରେଣ୍ଟ ଜାରି କରାଯାଇଛି । ପ୍ରକାଶ, ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଲଢେଇ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ରୁଷ୍ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଅବ୍ୟାହତ ରହିଥିବା ବେଳେ ୟୁକ୍ରେନ୍ ମଧ୍ୟ ପାଲଟା ଜବାବ ଜାରି ରଖିଛି । ଫଳରେ ଉଭୟ ଦେଶ ପକ୍ଷରୁ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
ତେବେ ପୁତିନ୍ଙ୍କ ବିରୋଧରେ ୱାରେଣ୍ଟ ଜାରି ସହ ଆଇସିଜେ କହିଛି ଯେ, ରୁଷ୍ ସେନା ଅକ୍ତିଆର କରିଥିବା ୟୁକ୍ରେନ୍ ଅଞ୍ଚଳରୁ ବେଆଇନ ଭାବେ ୟୁକ୍ରେନୀୟ ନାଗରିକଙ୍କୁ ସ୍ଥାନାନ୍ତର କରାଯିବାକୁ ଯୁଦ୍ଧ ଅପରାଧ ଭାବେ ବିବେଚନା କରାଯାଉଛି । ସୁତରାଂ ପୁତିନ୍ ଏବଂ ତାଙ୍କର ଅନ୍ୟଜଣେ ସହଯୋଗୀଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଉଛି । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ପ୍ରି-ଟ୍ରାୟଲ ଚାମ୍ବର-୨ ରେ ଏହି ମାମଲାରେ ଶୁଣାଣି ହୋଇଥିବା ବେଳେ ପୁତିନ୍ ଏବଂ ତାଙ୍କ ସହଯୋଗୀ ମାରିଆ ବେଲୋଭାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମାରିଆ ବେଲୋଭାଙ୍କ ବିରୋଧରେ ବେଆଇନ ବିସ୍ଥାପନ ଏବଂ ଲୋକଙ୍କ ବେଆଇନ ଚାଲାଣର ଯୁଦ୍ଧ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୁତିନ୍ଙ୍କ ସରକାରୀ କାର୍ଯ୍ୟାଳୟରେ ମାରିଆ-ବେଲୋଭା ଶିଶୁ ଅଧିକାର କମିଶନର ଭାବେ ନିଯୁକ୍ତ ଅଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ପୁତିନ୍ଙ୍କ ସହ ସାକ୍ଷାତ ଉଦେ୍ଦଶ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ରୁଷ୍ ଗସ୍ତରେ ଯିବେ ବୋଲି ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *