ଆଖିବୁଜିଲେ ଦିବ୍ୟାଙ୍ଗ ଜଗଦୀଶ

ନୂଆପଡ଼ା, ୧୭ା୩ (ଆପ୍ର): ନୂଆପଡ଼ା ସଦର ତହସିଲ ଅଫିସ ଆଗରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦିବ୍ୟାଙ୍ଗ ଜଗଦୀଶ ଚୌହ୍ୱାନ (୩୮) ଙ୍କର ଗୁରୁବାର ବିଳମ୍ବିତ ରାତିରେ ବୁର୍ଲା ଭିମସାରରେ ମୃତୁ୍ୟ ଘଟିଛି । ଜଗଦୀଶଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ପ୍ରାଥମିକ ପଦକ୍ଷେପସ୍ୱରୂପ ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ରାଜ୍ୟ ସରକାର ସସ୍ପେଣ୍ଡ କରିଥିବା ଜିଲ୍ଲାପାଳ ହେମକାନ୍ତ ସୟ ସୂଚନା ଦେଇଛନ୍ତି । ଏହାସହିତ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି । ଜଗଦୀଶଙ୍କ ପରିବାରକୁ କ୍ଷତିପୂରଣ ଓ ନ୍ୟାୟ ଦାବିରେ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏଭଳି ଅଘଟଣର ନିରପେକ୍ଷ ତଦନ୍ତ ଓ ପରିବାରର ଦାୟିତ୍ୱ ପ୍ରଶାସନ ନେଉ ବୋଲି ଓକିଲମାନେ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ନିଦେ୍ର୍ଦଶ ଦେଇଛି । ଏଡିଏମ୍ଓ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ଜିଲ୍ଲାପାଳ । ଜଗଦୀଶଙ୍କ ପିଲାଙ୍କ ପଢ଼ା ଦାୟିତ୍ୱ ପ୍ରଶାସନ ନେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ନୂଆପଡ଼ା ବ୍ଲକ ସାଲିହା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଆତ୍ମରାମ ଚୌହ୍ୱାନଙ୍କ ପୁଅ ଜଗଦୀଶ ଚୌହ୍ୱାନ ଜଗଦୀଶ ଦିବ୍ୟାଙ୍ଗ ହୋଇଥିବାରୁ ଯିବାଆସିବା କରିବା ଲାଗି ଏକ ଲୁନା ଫାଇନାନ୍ସରେ କିଣିଥିଲେ । ଫାଇନାନ୍ସ କର୍ମ·ରୀ ଘରକୁ ବାରମ୍ବାର ଆସୁଥିବାରୁ ସେ ଅପ୍ରସ୍ତୁତ ଅବସ୍ଥାରେ ରହିଥିଲେ । ଋଣ ପରିଶୋଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ଲାଗି ସେ ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ବାପା ଆତ୍ମରାମଙ୍କ ସହ ନୂଆପଡ଼ା ତହସିଲ ଅଫିସକୁ ଯାଇ ଜମି ବିକ୍ରି ପାଇଁ ଗତ ବର୍ଷ ଜାନୁଆରୀ ୧୫ ତାରିଖରେ ଆବେଦନ କରିଥିଲେ । ବାରମ୍ବାର ଦୌଡ଼ୁଥିଲେ ବି କେହି ତାଙ୍କ କଥା ଶୁଣୁ ନ ଥିଲେ । ବର୍ଷେ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଜମି ବିକ୍ରି ଲାଗି ଅନୁମତି ନ ଦେବାରୁ ସେ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ ।
ଗୁରୁବାର ଦିନ ଫାଇନାନ୍ସରେ ଆଣିଥିବା ଲୁନା (ସିଜି-୦୬ଜିଏକ୍ସ-୫୪୬୪)କୁ ଧରି ତହସିଲ ଅଫିସ୍ରେ ପହଞ୍ଚି ଜମି ବିକ୍ରି ଲାଗି ଅନୁମତି ଦେବାକୁ ନିବେଦନ କରିଥିଲେ । ତଥାପି ବିଭାଗୀୟ ଅଧିକାରୀମାନେ ତାଙ୍କ କଥା କର୍ଣ୍ଣପାତ କରି ନ ଥିଲେ । ଫଳସ୍ୱରୂପ ତହସିଲ ଆଗରେ ଜଗଦୀଶ ବୋତଲରେ ଆଣିଥିବା ପେଟ୍ରୋଲ ନିଜ ଦେହରେ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ଜଳନ୍ତା ଅବସ୍ଥାରେ ସେ ଅତିରିକ୍ତ ତହସିଲଦାରଙ୍କ ନିକଟକୁ ଯାଉଥିବା ଦେଖି କର୍ମ·ରୀମାନେ ଦୌଡ଼ି ଆସି ନିଆଁ ଲିଭାଇଥିଲେ । ତାଙ୍କୁ ତୁରନ୍ତ ନୂଆପଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତୁ୍ୟ ହୋଇଯାଇଛି । ଜଗଦୀଙ୍କ ମୃତୁ୍ୟ ପରେ ତାଙ୍କ ପରିବାର ଭାଙ୍ଗିପଡ଼ିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *