ବ୍ରହ୍ମପୁର, ତମାଣ୍ଡୋରେ ତାଣ୍ଡବ
ଡ୍ରାଇଭର ଆନେ୍ଦାଳନ ଜାରି
ଭୁବନେଶ୍ୱର/ବ୍ରହ୍ମପୁର/ସୋର, ୧୬ା୩ (ବୁ୍ୟରୋ/ଆପ୍ର): ଡ୍ରାଇଭର୍ଙ୍କ ଚକାବନ୍ଦ ଆନେ୍ଦାଳନର ଦ୍ୱିତୀୟ ଦିନରେ ସ୍ଥିତି ସଙ୍ଗୀନ୍ ହେବା ସହିତ ଅଘୋଷିତ ବନ୍ଦ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରହ୍ମପୁର, ତମାଣ୍ଡୋ, ସୋର ପ୍ରମୁଖ ସ୍ଥାନରେ ପୁଲିସ-ଡ୍ରାଇଭର୍ ମୁହାଁମୁହିଁ ହୋଇଛନ୍ତି । ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଛକରେ ଡ୍ରାଇଭରମାନେ ଯାନବାହନ ଅଟକାଇବାରୁ ପୁଲିସ ସହ ସଂଘର୍ଷ ଘଟିଛି । ପୁଲିସ୍ ଉପରେ ଡ୍ରାଇଭରମାନେ ଆକ୍ରମଣ କରିବାରୁ ଆଇଆଇସିଙ୍କ ସମେତ ୪ରୁ ଊଦ୍ଧ୍ୱର୍ ପୁଲିସ୍ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି ।
ଖବରପାଇ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ପି ଜଗମୋହନ ମିନା ଓ ବ୍ରହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ୍ ଜଗନ୍ନାଥପୁର ଛକକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ବ୍ରହ୍ମପୁର ବଡ ମେଡିକାଲ୍ ଯାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରି ସେମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।
ଚିକିତ୍ସାଧୀନ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଥାନା ଏଏସ୍ଆଇ ଜୟଚନ୍ଦ୍ର ମଲ୍ଲିକ ଓ ମହେନ୍ଦ୍ର ବେହେରା, ହୋମଗାର୍ଡ ଜିକେ ରଥ ପ୍ରମୁଖ ।
ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ଏକତା ମହାମଞ୍ଚର ଆଲୋଚନା ବିଫଳ ପରେ ବୁଧବାର ଠାରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ବ୍ୟାପୀ ଷ୍ଟିୟରିଂ ଛାଡ ଆନେ୍ଦାଳନ ଚାଲିଛି । ବ୍ରହ୍ମପୁରରେ ମଧ୍ୟ ଜିଲ୍ଲା ସଂଘ ନେତୃତ୍ୱରେ ହଜାର ହଜାର ଘରୋଇ ବସ୍ ଓ ମାଲ ପରିବହନ ଗାଡି ଚାଳକମାନେ ଆନେ୍ଦାଳନ କରିବାରୁ ଯାତ୍ରୀସେବା ଓ ମାଲ ପରିବହନ ଠପ୍ ହୋଇଯାଇଛି । ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଷ୍ଟିୟରିଂ ଧରିବେ ନାହିଁ ବୋଲି ଡ୍ରାଇଭର ସଂଘ ଧମକ ଦେଇଛି । ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍, ପ୍ରତି ୧୦୦କିମି ବ୍ୟବଧାନରେ ଗାଡି ପାର୍କିଂ ସୁବିଧା, ବିଶ୍ରାମ ଓ ଶୌଚାଳୟ ସୁବିଧା,
୫୫ବର୍ଷ ପରେ ପେନ୍ସନ୍, ଡ୍ରାଇଭର ଆବାସ ଯୋଜନା ଭଳି ୧୦ଦଫା ଦାବିପୂରଣ ପାଇଁ ସଂଘ ଦାବିକରି ଆସୁଅଛି । ଏପରିକି ସଂଘ ୨୦୨୧ରେ ସମ୍ବଲପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲା । ଦାବିପୂରଣ ଲାଗି ମହାସଂଘ ସରକାରକୁ ମାର୍ଚ୍ଚ ୧୫ତାରିଖ ପର୍ଯ୍ୟନ୍ତ ମହଲତ ଦେଇଥିଲା । ୧୪ତାରିଖ ସୁଦ୍ଧା ସରକାରଙ୍କ ଠାରୁ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ବୁଧବାର ଠାରୁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ ଆନେ୍ଦାଳନକୁ ଓହ୍ଲାଇଛି ।
ଆନେ୍ଦାଳନର ଦ୍ୱିତୀୟ ଦିନରେ ବ୍ରହ୍ମପୁରର ହଜାର ହଜାର ଚାଳକ ସକାଳ ୬ଟାରୁ ପିକେଟିଂ କରି ଫାଷ୍ଟଗେଟ୍, ନୂଆ ବସ୍ଷ୍ଟାଣ୍ଡ, ହଳଦିଆପଦର, ଜଗନ୍ନାଥପୁର ଜାତୀୟ ରାଜପଥ, ହରିଡାଖଣ୍ଡି ଛକ, ବଡବଜାର ଆଦି ପ୍ରମୁଖ ସ୍ଥାନରେ ରାସ୍ତାରେ ବସି ପ୍ରତିବାଦ କରିଥିଲେ । ଏହାସହ ଗାଡି ଚଳାଉଥିବା ଅନ୍ୟ ସଂଘର ଚାଳକଙ୍କୁ ସମର୍ଥନ ଜଣାଇବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ମାଲ୍ ପରିବହନ ଗାଡି ଓ ଅନ୍ୟ ଗାଡିକୁ ରାସ୍ତା ଛାଡିବା ଲାଗି ଆନେ୍ଦାଳନକାରୀଙ୍କୁ ପୁଲିସ୍ ବୁଝାସୁଝା କରିଥିଲା । ହେଲେ ଚାଳକମାନେ ଜିଦ୍ରେ ଅଟଳ ରହିଥିଲେ । ଗୁରୁବାର ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ ଗାଡି ଚାଳକ ଜଗନ୍ନାଥପୁର ଛକରେ ପହଞ୍ଚô ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍ଗୁଡିକୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ । ସେମାନଙ୍କୁ ବିରତ କରିବାକୁ ଉଦ୍ୟମ ସମୟରେ ପୁଲିସ୍ ଉପରେ ଆକ୍ରମଣ କରାଯାଇଥିଲା । ପୁଲିସ୍ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଘଟଣାସ୍ଥଳରେ ଆଇଜି ଓ ୨ଏସ୍ପିଙ୍କ ସହ ପୁଲିସ୍ ଟିମ୍କୁ ଦେଖି ଡ୍ରାଇଭରମାନେ ଛତ୍ରଭଙ୍ଗ ଦେଇଥିଲେ । ୧୦ରୁ ଊଦ୍ଧ୍ୱର୍ ଗାଡି ଚାଳକଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଆନେ୍ଦାଳନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ନିମିତ୍ତ ଯୋଜନା କରିଛି । ଗାଡ଼ି ଚାଳକମାନେ ଆସିଥିବା କେତେକ ଯାନବାହନକୁ ମଧ୍ୟ ପୁଲିସ୍ ଜବତ କରିଛି ।
ଭୁବନେଶ୍ୱରରେ ମଧ୍ୟ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ତମାଣ୍ଡୋରେ ବାହାର ରାଜ୍ୟରୁ ଗାଡ଼ି ନେଇ ଆସିଥିବା ଡ୍ରାଇଭର୍ ଆନେ୍ଦାଳନକୁ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି । ଉଭୟ ପକ୍ଷ ମଧନ୍ୟରେ ମାରପିଟ୍ ହୋଇଛି । ଫଳରେ ତମାଣ୍ଡୋ ଛକର ଉଭୟ ପାଶ୍ୱର୍ରେ ଶହଶହ ଗାଡ଼ି ଅଟକିଥିଲା । ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।
ସୋରରେ ୪୨ ରୁ ଊଦ୍ଧ୍ୱର୍ ଆନେ୍ଦାଳନକାରୀଙ୍କୁ ପୁଲି ଉଠେଇଆଣି ଅଟକ ରଖିଛି । ବୁଧବାର ଠାରୁ ୧୬ ନଂ ଜାତୀୟ ରାଜପଥ ବରଫକଳ ଛକ ଏବଂ କଲେଜଛକ ନିକଟରେ ଡ୍ରାଇଭର ମହାସଂଘ ସୋର ଶାଖାର ସଭାପତି ବାବୁଲି ବେହେରାଙ୍କ ନେତୃତ୍ୱରେ ୬ ଶହରୁ ଊଦ୍ଧ୍ୱର୍୍ୱ ଡ୍ରାଇଭର ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନ ଆରମ୍ଭ କରିଥିଲେ । ଗୁରୁବାର ଦ୍ୱିତୀୟ ଦିନରେ ଏହି ଆନେ୍ଦାଳନ ଜାରି ରହିବା ଫଳରେ ବାଲେଶ୍ୱର ଏସ୍ପି ସାଗରିକା ନାଥ ଆନେ୍ଦାଳନକାରୀଙ୍କ ନିକଟରେ ପହଞ୍ଚô ଗାଡ଼ି ନ ଅଟକାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଆନେ୍ଦାଳନକାରୀମାନେ ସହମତି ପ୍ରକାଶ କରିଥିଲେ ସୁଦ୍ଧା ଏସ୍ପି ଚାଲିଯିବା ପରେ ରାସ୍ତା ଉପରେ ଶୋଇ ଗାଡ଼ି ବନ୍ଦ କରିଦେଇଥିଲେ । ଏସ୍ପିଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ଶଶାଙ୍କ ଶେକର ବେଉରା ଏବଂ ଆଇଆଇସି ସୁଜାତା ଖମାରୀ ୪୨ ଜଣ ଆନେ୍ଦାଳନକାରୀଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ହେଲେ ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି ।