୩ ମାସରେ ଦାବି ପୂରଣ
ଭୁବନେଶ୍ୱର, ୧୬ ।୩ (ବୁ୍ୟରୋ): ଡ୍ରାଇଭରମାନଙ୍କ ସବୁ ସମସ୍ୟାର ସମାଧାନ ଆସନ୍ତା ତିନ ମାସ ମଧ୍ୟରେ ହେବ । ଆଇନ ବିଭାଗ ସହ ତର୍ଜମା କରି ତୁରନ୍ତ ନିର୍ମାଣ ଶ୍ରମିକ ଶୈଳୀରେ ରାଜ୍ୟର ଅଣସଂଗଠିତ ଡ୍ରାଇଭର ଓ ଅନ୍ୟାନ୍ୟ ପରିବହନ କର୍ମଚାରୀଙ୍କ ନିମନ୍ତେ ଏକ କଲ୍ୟାଣ ବୋର୍ଡ ଖୋଲାଯିବ । ଏହା ସହିତ ସମସ୍ତ ଦାବିର ସମାଧାନ କରାଯିବ ବୋଲି ଡ୍ରାଇଭର ଏକତା ମହାସଂଘର ସମ୍ପାଦକଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ
ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଦେଇଥିବା ସୂଚନା ମିଳିଛି ।
ଆନେ୍ଦାଳନ ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ୭ଟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ବରିଷ୍ଠ ଅଧିକାରୀଙ୍କ ସହିତ ମହାସଂଘର ରାଜ୍ୟ କମିଟି ତରଫରୁ ଖୋର୍ଦ୍ଧା ଜିଲ୍ଲା କମିଟି ପ୍ରତିନିଧି ଉପସ୍ଥିତ ଥିଲେ । ବୈଠକରେ ୧୦ ଦଫା ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକ ପରେ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ମୁଖ୍ୟ ସଚିବ ସୂଚନା ଦେଇଥିଲେ ।
ଅପରପକ୍ଷରେ ମହାସଂଘର କର୍ମକର୍ତ୍ତା ବାବୁଲା ତ୍ରିପାଠୀ କହିଛନ୍ତି, ଯେହେତୁ ମହାସଂଘର ରାଜ୍ୟ କମିଟିର ସଦସ୍ୟମାନେ ବାହାରେ ରହିଛନ୍ତି, ସେମାନଙ୍କ ଅନୁପସ୍ଥିତରେ ମୁଖ୍ୟ ସଚିବଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଗ୍ରହଣ କରାଯାଇଛି । ମହାସଂଘର ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ତାହା ରାଜ୍ୟ କମିଟି ସ୍ଥିର କରିବ ।