ବିରୋଧୀଙ୍କ ପଦଯାତ୍ରାକୁ ଟିଏମ୍ସି-ଏନ୍ସିପିର ବର୍ଜନ
ନୂଆଦିଲ୍ଲୀ, ୧୫ା୩: ହିଣ୍ଡନବର୍ଗ-ଅଡାନୀ ରିପୋର୍ଟ ଆଧାରରେ ତଦନ୍ତ ଦାବିରେ ବୁଧବାର ୧୬ଟି ବିରୋଧୀ ଦଳର ସାଂସଦମାନେ ସଂସଦ ଭବନରୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ମୁଖ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଥିଲେ । କିନ୍ତୁ ପୁଲିସ ସେମାନଙ୍କୁ ଇଡି ଅଫିସ୍ଠାରୁ ଅଢେଇ କିଲୋମିଟର ଦୂର ବିଜୟ ଚୌକଠାରେ ରୋକିଥିଲା । ତେଣୁ ସାଂସଦମାନେ ଇଡି ଅଫିସ୍ ପହଞ୍ଚôପାରିଲେ ନାହିଁ । ୨୫ ମିନିଟ୍ ଧରି ସେମାନେ ସେଠାରେ ବିକ୍ଷୋଭ କରି ସଂସଦ ଭବନକୁ ଫେରି ଆସିଥିଲେ । ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ, ସରକାର ୨୦୦ ସାଂସଦଙ୍କ ପଥରୋଧ ପାଇଁ ଦୁଇ ହଜାର ପୁଲିସ କର୍ମଚାରୀଙ୍କୁ ମୁତୟନ କରିଥିଲେ । ଏହି ପଦଯାତ୍ରାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) ଓ ଶରଦ ପାୱାରଙ୍କ ଏନ୍ସିପିର ସାଂସଦମାନେ ଭାଗ ନେଇନଥିଲେ ।
ପଦଯାତ୍ରାକୁ ବର୍ଜନ କରିବା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଟିଏମ୍ସି ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଟିଏମ୍ସିକୁ ନୂ୍ୟନ ଦୃଷ୍ଟିରେ ଦେଖୁଥିବାରୁ ଏଭଳି ନିଷ୍ପତ୍ତି ନିଆଗଲା
ସଂସଦ ବଜେଟ୍ ଅଧିବେଶନର ତୃତୀୟ ଦିନ (ବୁଧବାର)ରେ ମଧ୍ୟ କୌଣସି କାର୍ଯ୍ୟ ହୋଇପାରି ନାହିଁ । ଗତ ୨ଦିନ ଭଳି ବୁଧବାର ମଧ୍ୟ ପ୍ରବଳ ହଙ୍ଗାମା ଯୋଗୁଁ ରାଜ୍ୟସଭା ଓ ଲୋକସଭାକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବିରୋଧୀ ପକ୍ଷ ଅଡାନୀ ମାମଲାର ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ଦାବିରେ ଅଡି ବସିଥିôବାବେଳେ ବିଜେପି ସାଂସଦମାନେ ରାହୁଲ ତାଙ୍କ ଲଣ୍ଡନ ବିବୃତି ନେଇ କ୍ଷମା ମାଗନ୍ତୁ ବୋଲି ଦାବି କରିଆସୁଛନ୍ତି ।