୫ ଦିନରେ ବୁଡ଼ିଲା ୮.୫ ଲକ୍ଷ କୋଟି
ନିବେଶକଙ୍କ ଉପରେ ଚଡ଼କ: ସେୟାର ବଜାର ସ୍ଥିତି ଅବ୍ୟାହତ
ବୁଧବାର (୫ ମାର୍ଚ୍ଚ)କୁ ମିଶାଇ କ୍ରମାଗତ ୫ ମ ବ୍ୟବସାୟିକ ଦିନରେ ମଧ୍ୟ ଭାରତୀୟ ସେୟାର ମାର୍କେଟ୍ରେ ହ୍ରାସ ଦେଖିବାକୁ ମିଳିଛି । ବୁଧବାର ସେନ୍ସେକ୍ସ ୩୪୪ ପଏଣ୍ଟ ହ୍ରାସ ପାଇ ୫୭,୫୫୬କୁ ଖସିଆସିବା ସହ ସେୟାର ମାର୍କେଟ୍ କାରବାର ବନ୍ଦ ହୋଇଛି । ସେହିପରି ବୁଧବାର କାରବାର ବନ୍ଦ ହେବା ବେଳକୁ ନିଫ୍ଟି ମଧ୍ୟ ୧୨୩ ପଏଣ୍ଟ ହ୍ରାସ ପାଇ ୧୬,୯୭୨ ପଏଣ୍ଟକୁ ଖସିଆସିଥିବା ଦେଖିବାକୁ ମିଳିଛି । ସେନ୍ସେକ୍ସର ୩ଠ ରୁ ୨୧ ସେୟାରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ କେବଳ ମାତ୍ର ୯ଟି ସେୟାର ବୃଦ୍ଧି ପରଲକ୍ଷିତ ହୋଇଛି ।
ତେବେ ଏହି ୫ ଦିନ ମଧ୍ୟରେ ଭାରତୀୟ ସେୟାର ମାର୍କେଟ୍ରେ ନିବେଶ କରିଥିବା ପୁଞ୍ଜିପତିଙ୍କୁ ବ୍ୟାପକ କ୍ଷତି ହୋଇଛି । ରିପୋର୍ଟ ଅନୁସାରେ ଏହି ସମୟ ସୁଦ୍ଧା ନିବେଶକମାନେ ପ୍ରାୟ ୮.୫ ଲକ୍ଷ କୋଟି ହରାଇସାରିଛନ୍ତି । ବିଏସ୍ଇରେ ପଞ୍ଜିକୃତ କମ୍ପାନୀଗୁଡ଼ିକର ମୋଟ୍ ମାର୍କେଟ କ୍ୟାପ୍ ୧୫ ମାର୍ଚ୍ଚକୁ ହ୍ରାସ ପାଇବା ସହ ୨୫୫.୭୬ ଲକ୍ଷ କୋଟି ଟଙ୍କା ହୋଇଯାଇଛି । ଗତ ୯ ମାର୍ଚ୍ଚ ବେଳକୁ ଏହା ୨୬୪.୩ଠ ଲକ୍ଷ କୋଟି ରହିଥିଲା । ବୁଧବାର ବଜାରରେ ଭଲ ପ୍ରଦର୍ଶନ କରିଥିବା ସେୟାରଗୁଡ଼ିକ ମଧ୍ୟରେ ଅଧିକାଂଶ ବ୍ୟାଙ୍କ୍ଗୁଡ଼ିକର ଷ୍ଟକ୍ସ ସାମିଲ ରହିଛି ।
ନିଫ୍ଟିରେ ଭଲ ବ୍ୟବସାୟିକ ପ୍ରଦର୍ଶନ କରିଥିବା ସେୟାରଗୁଡ଼ିକ ମଧ୍ୟରେ ଅଦାନୀ ଏଣ୍ଟରପ୍ରାଇଜର୍ସ, ଅଦାନୀ ପୋର୍ଟସ, ଏସିଆନ୍ ପେଣ୍ଟସ୍ ଆଦି କମ୍ପାନୀ ସାମିଲ ଥିବା ବେଳେ କ୍ଷତି ସହିଥିବା ସେୟାର ମଧ୍ୟରେ ଏୟାରଟେଲ୍, ଇଣ୍ଡସଇଣ୍ଡ୍ ବ୍ୟାଙ୍କ୍, ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ଭଳି କମ୍ପାନୀ ଅଛନ୍ତି । ସେହିପରି ସୁନା-ରୂପା ମୂଲ୍ୟରେ ମଧ୍ୟ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ବୁଧବାର ସୁନା ମୂଲ୍ୟ (୧ଠ ଗ୍ରାମ୍ ପ୍ରତି ୫୭,୯ଠ୨ ଟଙ୍କା ରହିଛି । ଅର୍ଥାତ୍ ଗତକାଲି ତୁଳନାରେ ଏହାର ମୂଲ୍ୟ ୨୯୭ଟଙ୍କା ହ୍ରାସ ପାଇଛି । ସେହିପରି ରୁପା ମୂଲ୍ୟ ୧ କିଗ୍ରା ପ୍ରତି ୬୬,୮୬୧ ଟଙ୍କା ରହିଥିବା ବେଳେ ଗତ କାଲି ତୁଳନାରେ ଏହାର ମୂଲ୍ୟ ୬୮୫ଟଙ୍କା ହ୍ରାସ ପାଇଛି । ଅନ୍ୟପକ୍ଷେ ଭାରତୀୟ ମୁଦ୍ରା ରୁପି ତୁଳନାରେ ଡଲାର ମୂଲ୍ୟ କିନ୍ତୁ ଟଠ.୨୨ପ ବୃଦ୍ଧି ପାଇ ଟ୮୨.୫୯ପକୁ ବୃଦ୍ଧି ପାଇଛି ।
ଅଦାନୀ ଗ୍ରୁପ୍ର ୧ଠ
ସେୟାରରୁ ୭ରେ ବୃଦ୍ଧି
ସେୟାର ବଜାରରେ ସବୁଠୁ ବଡ଼ ଏକ କୌତୁହଳର ବିଷୟ ଦେଖିବାକୁ ମିଳୁଛି । ହିଣ୍ଡେନ୍ବର୍ଗ ରିପୋର୍ଟ ଆଧାରରେ ଅଦାନୀ ଗ୍ରୁପ୍ ଅଫ୍ କମ୍ପାନୀଜର ପ୍ରାୟ ଅଧିକାଂଶ କମ୍ପାନୀର ସେୟାର ଭାଲୁ୍ୟ ହ୍ରାସ ପାଇବାରେ ଲାଗିଥିଲେ ମଧ୍ୟ ବୁଧବାର ଅଦାନୀ ଏଣ୍ଟରପ୍ରାଇଜର୍ସ ସେୟାରରେ ୫.୭୪% ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ଅଦାନୀ ପୋର୍ଟସରେ ୪.୧୯% ବୃଦ୍ଧି ରହିଛି । ଅନ୍ୟପକ୍ଷେ ଅଦାନୀ ଟୋଟାଲ ଗ୍ୟାସ୍, ପାୱାର ଏବଂ ଏସିସିର ସେୟାରରେ ହ୍ରାସ ଦେଖିବାକୁ ମିଳୁଛି । ମୋଟାମୋଟି ଅଦାନୀ ଗ୍ରୁପ୍ର ୧ଠ ସେୟାର ମଧ୍ୟରୁ ୩ଟିରେ ହ୍ରାସ ଅବ୍ୟାହତ ରହିଥିବା ବେଳେ ବାକି ୭ଟି ସେୟାରରେ ଆଶ୍ୱସ୍ତିଜନକ ବୃଦ୍ଧି ପରିଲକ୍ଷିତ ହୋଇଛି ।