ଗିରଫ ହେବେ ଇମ୍ରାନ୍
ଲାହୋର, ୧୪ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରୀକ-ଏ-ଇନ୍ସାଫ୍ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାନ୍ଙ୍କୁ ଗିରଫ କରିବା ପାଇଁ ପୁଲିସ ଓ ରେଞ୍ଜର୍ସ କମାଣ୍ଡୋ ଟିମ୍ ତାଙ୍କ ଲାହୋର ବାସଭବନ ପରିସରରେ ପହଞ୍ଚôଛନ୍ତି । ସେମାନେ ଭ୍ରଷ୍ଟାଚାର ଓ ଆତଙ୍କବାଦ ସମ୍ବନ୍ଧୀୟ ଦୁଇଟି ଆରେଷ୍ଟ ୱାରେଣ୍ଟ୍ ନେଇଛନ୍ତି । ସମର୍ଥକମାନେ ପଥରୋଧ କରିବା ସହ ଟେକାମାଡ଼ କରିବାରୁ ପୁଲିସ ସହ ସଂଘର୍ଷ ଘଟିଛି । ଏଥିରେ ଲାହୋର ପୁଲିସ କମିଶନର, ଇସଲାମାବାଦ ଡିଆଇଜି ଆହତ ହୋଇଛନ୍ତି । କରାଚୀ, ପେଶୱାର ଓ ଇସ୍ଲାମାବାଦ୍ରେ ମଧ୍ୟ ଅନୁରୂପ ସଂଘର୍ଷ ଘଟିଛି । ମଙ୍ଗଳବାର ବହୁ ସଂଖ୍ୟକ ପୁଲିସ ଓ କମାଣ୍ଡୋ ପହଞ୍ଚôଯିବା ମାତ୍ରେ ଇମ୍ରାନ୍ ଖାନ୍ ପୂର୍ବଦିନ ଭଳି ସମର୍ଥକମାନଙ୍କୁ ସୋସାଲ ମିଡିଆରେ ଅପିଲ୍ ଜାରି କରିଥିଲେ ।
ସେ ଲେଖିଥିଲେ- ଆପଣମାନଙ୍କ ନେତାଙ୍କ ଜୀବନପ୍ରତି ବିପଦ ଦେଖାଦେଇଛି । ଆମକୁ ଏକଜୁଟ୍ ହେବାକୁ ପଡ଼ିବ । ସେହିପରି ପିଟିଆଇ ଦଳ ପକ୍ଷରୁ ସୋସାଲ ମିଡ଼ିଆରେ କୁହାଯାଇଥିଲା- ଶୀଘ୍ରାତିଶୀଘ୍ର ଖାନ୍ ସାହେବଙ୍କ ଲାହୋରର ଜମାନ ପାର୍କ ସ୍ଥିତ ଘର ଆଗରେ ପହଞ୍ଚôବାକୁ ହେବ ।
ଇମ୍ରାନ୍ ମହିଳା ଜର୍ଜଙ୍କୁ ଧମକ ଦେଇଥିବା ମାମଲାରେ ତାଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ପରେ ଇସଲାମାବାଦ ହାଇକୋର୍ଟ ଏହା ଉପରେ ରହିତାଦେଶ ଦେଇଥିଲେ । ତାଙ୍କୁ ତୋଷଖାନା କେଶ୍ରେ ଗିରଫ କରି ମାର୍ଚ୍ଚ ୨୯ ସୁଦ୍ଧା କୋର୍ଟରେ ହାଜର କରାଇବା ପାଇଁ ମଙ୍ଗଳବାର ପୁଲିସ ଇମ୍ରାନଙ୍କ ଘରେ ପହଞ୍ଚôଛି ।