ମହାପ୍ରଭୁଙ୍କ ଜମିରେ ହୋଇଛି କମ୍ପ୍ଲେକ୍ସ

ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ (ବୁ୍ୟରୋ): ବହୁ ଚର୍ଚ୍ଚିତ ସମ୍ରାଟ ମାର୍କେଟ କମ୍ପ୍ଳେକ୍ସରେ ଅଗ୍ନିକାଣ୍ଡ ପରେ ଜମି ଦୁର୍ନୀତିର ଖୋଲିଛି ଗୁମର । ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ ହୋଇଥିବା ମଙ୍ଗଳବାର ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ଯେ, ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ ହୋଇଥିବା ମୋଟ୨୫.୫ଡିସିମିଲି ଜମିରୁ ୨୨ ଡିସିମିଲି ମହାପ୍ରଭୁଙ୍କ ନାଁରେ ରହିଛି । ବାକି ସାଢ଼େ ୩ ଡିସିମିଲି ଜମି ଅଚୁ୍ୟତାନନ୍ଦ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହିଛି । ତେବେ ମହାପ୍ରଭୁଙ୍କ ଜମି କିପରି ଜଣେ ବ୍ୟକ୍ତିଙ୍କ ନାମରେ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସେଥିଲାଗି ଉକ୍ତ ଜମି ପୁରାତନ ରେକର୍ଡକୁ ଯାଞ୍ଚ ଲାଗି ତହସିଲଦାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଯୋଗେ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ୨୨ଡିସିମିଲି ଜମି ମହାପ୍ରଭୁଙ୍କ ହୋଇଥିବା ସ୍ପଷ୍ଟ ହେବା ପରେ ତୁରନ୍ତ ଜମିରୁ ଜବରଦଖଲ ଉଚ୍ଛେଦ ସହ ଜାଗାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି ।
ଅପରପକ୍ଷେ ମାର୍କେଟ କମ୍ପ୍ଲେକ୍ସ ମାଲିକ ସେହି ଜମି ଉପରେ ଥିବା ଏକ ମହାଦେବ ମନ୍ଦିରକୁ ମଧ୍ୟ ଲୁଚାଇ ଦେଇ ସେ ମନ୍ଦିରକୁ ପରିତ୍ୟକ୍ତ ଗୃହ ଭାବେ ବ୍ୟବହାର କରିଥିଲେ । ତାହାକୁ ନେଇ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅସନ୍ତୋଷବ୍ୟକ୍ତ କରାଯାଇଛି । ତେବେ ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ସେଠାରେ ଏକ ବିଶାଳ ମାର୍କେଟ କମ୍ପ୍ଳେକ୍ସ ଏବଂ ହୋଟେଲ ନିର୍ମାଣ କରି କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବାରୁ ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ରାଜସ୍ୱ ନଷ୍ଟ ହୋଇଛି । ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିବା ବେଳେ ଏବେ ମାର୍କେଟ କମ୍ପ୍ଳେକ୍ସ ମାଲିକଙ୍କ ପତ୍ତା ମିଳୁନି । ଜିଲ୍ଲା ପ୍ରଶାସନରୁ କେବେ କୋଠା ଉଚ୍ଛେଦ ହେବ ତାହା ଉପରେ ଏବେ ନଜର ।
ସୂଚନାଥାଉକି, ଚୁଡଙ୍ଗସାହୀମୌଜା ଖତିୟାନ୍ କ୍ରମିକ ନଂ ୬୭ରେ ଉକ୍ତ ଜମି ଅନ୍ତର୍ଭୁକ୍ତ । ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ମାଫର୍ତ (ଶ୍ରୀମନ୍ଦିର ପରିଚାଳନା କମିଟି) ନାମରେ ସ୍ୱତଃ ସ୍ଥିତିବାନ୍ ପ୍ଲଟ୍ ରହିଛି । ସମ୍ରାଟ ମାର୍କେଟ କମ୍ପ୍ଳେକ୍ସ ରହିଥିବା ଜମି ମଧ୍ୟରୁ ୨୨ଡିସିମିଲି ମହାପ୍ରଭୁଙ୍କ ନାମରେ ରେକର୍ଡ ରହିଛି । ବାକି ସାଢେ ୩ ଡିସିମିଲି ଜମି ଜଣେ ଘରୋଇ ମାଲିକଙ୍କ ନାମରେ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *