୫ ବିଦୁ୍ୟତ୍ ଯୋଗାଣ ସଂସ୍ଥାକୁ ନୋଟିସ୍
ହାଇକୋର୍ଟରେ ହାତୀ ମୃତୁ୍ୟ ମାମଲା
କଟକ, ୧୩ା୩ (ବୁ୍ୟରୋ): ରାଜ୍ୟରେ ହାତୀ ମୃତୁ୍ୟ ମାମଲାରେ ଜଏଣ୍ଟ ଟାକ୍ସଫୋର୍ସ ଟିମ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ଜାନୁଆରୀ ୧୮ରୁ ଏପର୍ଯ୍ୟନ୍ତ ୧୪ଟି ହାତୀଙ୍କ ମୃତୁ୍ୟ ଘଟିଛି । ସେଥିମଧ୍ୟରୁ ଶିକାରୀଙ୍କ ଦ୍ୱାରା ଦୁଇଟି ହାତୀ ଶିକାର ହୋଇଥିବା ବେଳେ ବିଦୁ୍ୟତ ଆଘାତରେ ୪ଟି, ରୋଗଗ୍ରସ୍ତ ହୋଇ ୩ଟି ହାତୀଙ୍କର ମୃତୁ୍ୟ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଏହାସହିତ ହାତୀ ଆକ୍ରମଣରେ ୧୪ ରୁ ୧୮ ଜଣ ଲୋକଙ୍କର ମୃତୁ୍ୟ ଘଟିଥିବା କୋର୍ଟଙ୍କୁ ଅବଗତ କରାଯାଇଛି । ଜଏଣ୍ଟ ଟାକ୍ସ ଫୋର୍ସର ଆବାହକ ମନୋଜ ନାୟର ଏହି ତଥ୍ୟ ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଛି । ଅନ୍ୟପକ୍ଷରେ ଏହି ମାମଲାର ଶୁଶାଣି ବେଳେ ହାଇକୋର୍ଟ ବିଦୁ୍ୟତ ଆଘାତ ଯୋଗୁଁ ହେଉଥିବା ହାତୀ ମୃତୁ୍ୟ ଘଟଣାରେ ଉଦବେଗ ପ୍ରକାଶ କରିବା ସହ ରାଜ୍ୟର ୫ ଟି ବିଦୁ୍ୟତ ବିତରଣ କମ୍ପାନୀକୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି । ବିଶେଷକରି ବନ ବିଭାଗ ଅଞ୍ଚଳରେ କିପରି ବିଦୁ୍ୟତ ବଣ୍ଟନ କରାଯାଇଛି ଓ କାହିଁକି ହାତୀ ମୃତୁ୍ୟ ହେଉଛି, ସେ ସମ୍ପର୍କରେ ହାଇକୋର୍ଟରେ ତଥ୍ୟ ରଖିବାକୁ ବିଦୁ୍ୟତ ବିତରଣ କମ୍ପାନୀ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ଖଣ୍ଡପୀଠ । ଏଥିସହ ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଜଶିପୁର ଥାନା ଅଧିକାରୀ ହାଜର ହୋଇ ତଥ୍ୟ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ମୁଖ୍ୟ ବି·ରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି ।
ପ୍ରକାଶ ଯେ,ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାକୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପିସିସିଏଫ କୋର୍ଟରେ ସ୍ୱୀକାର କରିଥିଲେ ଯେ ବନ କର୍ମଚାରୀମାନେ ହାତୀକୁ ମାରିବା ସହ ପୋଡି ଦେଇଛନ୍ତି । ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଜୁଲାଇ ୨୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଲାର ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତ ଜାନୁଆରୀ ୧୮ରୁ ଏ ପର୍ଯ୍ୟନ୍ତ କେତେ ହାତୀ ମରିଛନ୍ତି ଓ କେତେ ମଣିଷଙ୍କ ଜୀବନ ଯାଇଛି ସେ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ । ଆଜିର ଶୁଣାଣି ସମୟରେ ଭର୍ଚୁଆଲ ମାଧ୍ୟମରେ ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।