ବର୍ଡର-ଗାଭାସ୍କର ସିରିଜ୍ ଜିତିଲା ଇଣ୍ଡିଆ
ଅହମ୍ମଦାବାଦ, ୧୩ା୩ (ଏଜେନ୍ସି): ପୁଣିଥରେ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି ଟିମ ଇଣ୍ଡିଆ । ଅହମ୍ମଦାବାଦରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ୪ର୍ଥ ତଥା ଶେଷ ମ୍ୟାଚ୍ ଡ୍ର ରହିଛି । ମ୍ୟାଚ୍ ଡ୍ର ରହିବାରୁ ଭାରତ ୨-୧ରେ ସିରିଜ୍ କବଜା କରିଛି । ନାଗପୁର ଓ ଦିଲ୍ଲୀ ଟେଷ୍ଟ ଜିତି ଭାରତ ୪ ଟିକିଆ ସିରିଜ୍ରେ ୨-୦ରେ ଆଗୁଆ ରହିଥିଲା । ହେଲେ ଇନେ୍ଦାର ଟେଷ୍ଟରେ ଦଳ ପରାଜୟବରଣ କରିଥିଲା । ଫଳରେ ଟେଷ୍ଟ ସିରିଜ୍ ୨-୧ ସ୍ଥିତିକୁ ·ଲି ଆସିଥିଲା । ପ୍ରଥମ ଇନିଂସରେ ୧୮୬ ରନ୍ ହାସଲ କରିଥିବା ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି । କୋହଲି ୪ର୍ଥ ଦିନରେ ଶତକ ହାସଲ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ଓ ଆର୍ ଅଶ୍ୱିନଙ୍କୁ ମିଳିତ ଭାବେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଛି ।
ସୋମବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଟିତ ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଉସମାନ ଖ୍ୱାଜାଙ୍କ ୧୮୦ ଓ କାମେରନ ଗ୍ରୀନଙ୍କ ୧୧୪ ରନ ବଳରେ ଅଷ୍ଟ୍ରେଲିଆ ଟିମ ପ୍ରଥମ ଇନିଂସରେ ବିଶାଳ ୪୮୦ ରନ କରିଥିଲା । ଏହାର ଜବାବ ଦେବାକୁ ଭାରତ ଆଦୌ ପଛାଇ ନ ଥିଲା । ବିରାଟ କୋହଲିଙ୍କ ୧୮୬ ଓ ଶୁବମନ ଗିଲଙ୍କ ୧୨୮ ରନ ଭାରତ ତା’ର ପ୍ରଥମ ଇନିଂସରେ ୫୭୧/୯ ରନ କରିଥିଲା ।
ଶ୍ରେୟସ ଆୟର ଆହତ କାରଣରୁ ପ୍ରଥମ ଇନିଂସରେ ବ୍ୟାଟିଂ କରି ନ ଥିଲେ । ବିରାଟ କୋହଲି ୯ନଂ ବ୍ୟାଟର ଭାବେ ଆଉଟ ହେବାରୁ ଭାରତର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ତଥାପି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୯୧ ରନ ଅଧିକ କରିଥିଲା । ୪ର୍ଥ ଦିନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୬ ଓଭର ବ୍ୟାଟିଂ କରି ୩ ରନ କରିଥିଲା ।
୫ମ ଦିନରେ ଅଷ୍ଟ୍ରେଲିଆ ଓପନର ମାଥୁ୍ୟ କୁହ୍ନେମାନ (୬) ଙ୍କୁ ହରାଇଥିଲା । ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ୱିକେଟ ଦଖଲ କରିଥିଲେ । ଏହାପରେ ଭାରତୀୟ ବୋଲରମାନେ ଟ୍ରାଭିସ ହେଡ୍ ଓ ମାର୍ନସ ଲାବୁଶେନଙ୍କ ଉପରେ ·ପ ପକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ମ୍ୟାଚ୍କୁ ଡ୍ର୍ର ଅଭିମୁଖେ ନେଇଥିଲେ ।
ପରେ ହେଡଙ୍କ ବ୍ୟାଟରୁ କିଛି ବଡ଼ ଶଟ ଦେଖିବାକୁ ମିଳିଥିଲା । ସେ ୯୦ ରନ କରିଥିବା ବେଳେ ଅକ୍ଷର ପଟେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ । ଲାବୁଶେନ ସ୍ଥିତି ସମ୍ଭାଳିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ଷ୍ଟିଭ ସ୍ମିଥଙ୍କ ସହିତ ମିଶି ବ୍ୟାଟିଂ କରି ଲାବୁଶେନ ୬୩ ରନ୍ ସଂଗ୍ରହ କରିଥିଲେ । ସ୍ମିଥ ୧୦ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ସ୍କୋର ୧୭୫/୨ ରହିଥିଲା । ନିୟମ ଅନୁସାରେ ୧୦ ମିନଟ ପୂର୍ବରୁ ସ୍ମିଥ ପାଳି ଘୋଷଣା କରିଥିଲେ । ଏହି ସମୟରେ ଅଷ୍ଟ୍ରେଲିଆ ୬୭ ରନ୍ର ଲିଡ୍ ହାସଲ କରିଥିଲା ।
କିନ୍ତୁ ମ୍ୟାଚରୁ ଫଳାଫଳ ବାହାରିବା ସମ୍ଭାବନା କମ ଥିବାରୁ ଦୁଇ ଦଳର ସହମତିରେ ଅମ୍ପାୟାର ମ୍ୟାଚ୍କୁ ସେହିଠାରେ ବନ୍ଦ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ହେଉଛି ଆଜି ଶୁବମନ ଗିଲ୍ ତାଙ୍କ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ବୋଲିଂ କରିଥିଲେ । ସେହିପରି ଚେତେଶ୍ୱର ପୂଜାରା ମଧ୍ୟ ଗୋଟିଏ ଓଭର ବୋଲିଂ କରି ୧ ରନ ଦେଇଛନ୍ତି । ଗିଲ୍ ୧.୧ ଓଭରରେ ୧ ରନ ଖର୍ଚ୍ଚ କରିଛନ୍ତି । ଭାରତ କ୍ରମାଗତ ୪ର୍ଥ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ ଜିତିଛି । ୨୦୧୪-୧୫ରେ ଶେଷ ଥର ପାଇଁ ଏହି ଟ୍ରଫି ଜିତିଥିଲା ଅଷ୍ଟ୍ରେଲିଆ । ଏହାପର ଠାରୁ ୨୦୧୭, ୨୦୧୮-୧୯, ୨୦୨୦-୨୧ ଓ ୨୦୨୩ରେ ଭାରତ ଟ୍ରଫି ଜିତିବାକୁ ସକ୍ଷମ ହୋଇଛି ।