ପଶ୍ଚିମା ଝଡ଼: ବୁଧବାରରୁ ଅଧିକାଂଶ ଜିଲ୍ଲାରେ ବର୍ଷା
ଭୁବନେଶ୍ୱର, ୧୩ା୩ (ବୁ୍ୟରୋ): କିଛିଦିନ ତାପମାତ୍ରକ୍କମିବା ପରେ ପୁଣି ବଢ଼ିଛି । ସୋମବାର ଭୁବନେଶ୍ୱର ସମେତ ୫ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି । ସମ୍ବଲପୁର ତାପମାତ୍ରା ସବୁଠାରୁ ଅଧିକ ରହିଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୮.୭ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ତାପମାତ୍ରା ୩୮.୨, ସୋନପୁର ୩୮.୪, ବୌଦ୍ଧ ୩୮.୬, ମାଲକାନଗିରି ୩୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏହାବ୍ୟତିତ ନୟାଗଡ଼ ତାପମାତ୍ରା ୩୬, ଭବାନୀପାଟଣା ୩୬.୬ ଓ ତାଳଚେର ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ଶୁଖିଲା ରହିବ । ୧୫ ତାରିଖରୁ ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ଭଦ୍ରକ, ଅନୁଗୁଳ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ସମେତ ୨୧ ଜିଲ୍ଲାରେ ସ୍ୱଳକପରୁ ମଧ୍ୟମ ଧରରଣର ବର୍ଷା ହେବ । କେତେକ ସ୍ଥାନରେ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି । ୧୬ ତାରିଖରେ ମଧ୍ୟ ଏସବୁ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି । ୧୭ରେ ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, କଟକ ୧୭ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ମାଲକାନଗିରି, କଟକ, ଯାଜପୁର, ନୟାଗଡ଼ ଆଦି ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।