ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୩ (ବୁ୍ୟରୋ): ସମ୍ମାନଜନକ ଇଣ୍ଟରନାସ୍ନାଲ୍ ୟୁନିୟନ୍ ଅଫ୍ ପିୟୋର ଆଣ୍ଡ୍ ଆପ୍ଲାଏଡ୍ କେମିଷ୍ଟ୍ରୀ (ଆଇୟୁପିଏସି) ପୁରସ୍କାର ପାଇଁ ମନାନୀତ ମୁମ୍ବାଇସ୍ଥିତ ଭାଭା ପରମାଣୁ ଗବେଷଣା କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିିଛନ୍ତି, ୨୦୨୩ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛି । ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି ।
ଆଇୟୁପିଏସି ପୁରସ୍କାର ୨୦୧୧ରେ ଆରମ୍ଭ ହୋଇଥିଲା । ରସାୟନ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ ଜଣ ମହିଳାଙ୍କୁ ଏହି ପୁରସ୍କାର ଦିଆଯାଇଥାଏ । ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଆଇୟୁପିଏସି ପୁରସ୍କାର ପାଇବାକୁ ଯାଉଛନ୍ତି । ଏହି କୃତିତ୍ୱ ପରେ ସବୁ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଜ୍ୟୋତିର୍ମୟୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ତିତିରା ଗ୍ରାମର ବାସିନ୍ଦା ।
ଏବେ ସେ ଭାଭା ପରମାଣୁ କେନ୍ଦ୍ରରେ ବରିଷ୍ଠ ବୈଜ୍ଞାନିକଭାବେ କାର୍ଯ୍ୟରତ । ଜ୍ୟୋତିର୍ମୟୀ ବିଶିଷ୍ଟ ବୈଜ୍ଞାନିକ ରଶ୍ମିରଞ୍ଜନ ମହାନ୍ତିଙ୍କ ସହଧର୍ମିଣୀ ଓ କଟକର ଶିଶୁରୋଗ ବିଶେଷଜ୍ଞ ବୈକୁଣ୍ଠନାଥ ପାତ୍ରଙ୍କ ଝିଅ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *