୬ଠଠ କୋଟିର ସ୍କାମ୍ରେ ଲାଲୁ ପରିବାର

ପାଟନା/ନୂଆଦିଲ୍ଲୀ, ୧୧ା୩: ଚାକିରି ବଦଳରେ ଜମି ମାମଲାରେ ଶୁକ୍ରବାର ଲାଲୁ ଯାଦବଙ୍କ ପରିବାରର ବହୁ ସଦସ୍ୟଙ୍କ ୨୪ ଠିକଣାରେ ଚଢ଼ଉ କରାଯିବା ପରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ପକ୍ଷରୁ କୁହାଯାଇଛି ଯେ ଏହା ୬୦୦ କୋଟିର ଘୋଟାଲା । ରେଳବାଇରେ ଚାକିରି ଦେବା ବିନିମୟରେ ଲାଲୁଙ୍କ ପରିବାରବର୍ଗ ୩୫୦ କୋଟି ଟଙ୍କାର ଜମି ହାତେଇଥିଲେ । ଏହାଛଡ଼ା ନଗଦ ୨୫୦ କୋଟି ଟଙ୍କା କାରବାର ହୋଇଥିଲା ।
ଲାଲୁ ରେଳମନ୍ତ୍ରୀ ଥିବାବେଳେ ରେଳବାଇର ବିଭିନ୍ନ ଜୋନ୍ରେ ଗ୍ରୁପ୍ ଡି ଚାକିରି ପାଇଥିବା ପ୍ରାର୍ଥୀଙ୍କ ଭିତରୁ ୫୦ ପ୍ରତିଶତ ତାଙ୍କ ପରିବାରର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବୋଲି ସ୍ପଷ୍ଟ ହୋଇଛି ।
ପୂର୍ବରୁ ସିବିଆଇ ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି ଯେ, ୨୦୦୪ ଓ ୨୦୧୪ ଭିତରେ ହୋଇଥିବା ଷଡ଼ଯନ୍ତ୍ର ଅନୁଯାୟୀ ପୁରୀ ଓ ରାଞ୍ଚô ସ୍ଥିତ ରେଳବାଇର ବିଏନ୍ଆର୍ ହୋଟେଲ ପ୍ରଥମେ ଆଇଆର୍ସିଟିସି ଅଧୀନକୁ ଗଲା । ପରେ ଦୁଇଟି ଯାକ ହୋଟେଲ ପାଟନା ସ୍ଥିତ ସୁଜାତା ହୋଟେଲ ପ୍ରାଇଭେଟ୍ ଲିମିଟେଡ୍କୁ ଲିଜ୍ ସୂତ୍ରରେ ଦିଆଗଲା ।
ଶୁକ୍ରବାର ଇଡି ଚଢ଼ଉ କରି ନଗଦ ୧ କୋଟି ଟଙ୍କା, ୧୯୦୦ ଆମେରିକୀୟ ଡଲାର, ୫୪୦ ଗ୍ରାମ୍ ସୁନା, ଦେଢ କେଜି ଓଜନର ସୁନା ଅଳଙ୍କାର ଏବଂ କିଛି ଆପତ୍ତିଜନକ ଦସ୍ତାବିଜ୍ ପାଇଛି । ଜବତ ଟଙ୍କାର ହିସାବ ମିଳିନାହିଁ । ଅପରପକ୍ଷେ ତେଜସ୍ୱୀ ଶନିବାର ପାଟନାରେ ସାମ୍ବାଦିକ ସମ୍ମିଳନୀ ଡାକି ଇଡି ରେଡ୍ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି । ତାଙ୍କ କଥାକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଇଡି ଚଢ଼ଉ ପରେ ସିବିଆଇ ଏହି ମାମଲାରେ ଅଧିକ ସକ୍ରିୟ ହୋଇଛି । ଲାଲୁଙ୍କ ସାନପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଜେରା ପାଇଁ ସିବିଆଇ ଦ୍ୱିତୀୟଥର ସମନ ଜାରି କରିଛି । ତାଙ୍କୁ ଶନିବାର ହାଜର ହେଲା ଲାଗି କୁହାଯାଇଥିଲା । କିନ୍ତୁ ଗର୍ଭବତୀ ପତ୍ନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କାରଣ ଦର୍ଶାଇ ତେଜସ୍ୱୀ ଶନିବାର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନ ଥିଲେ । ସେ ସମୟ ମାଗିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *