ଲାଲୁଙ୍କ ୩ ଝିଅ, ସମୁଦିଙ୍କ ଘରେ ବି ଚଢ଼ଉ

ତେଜସ୍ୱୀଙ୍କ ଘରେ ଇଡି ରେଡ୍
ପାଟନା/ନୂଆଦିଲ୍ଲୀ, ୧ଠା୩: ଜମି ବିନିମୟରେ ରେଳବାଇରେ ଚାକିରି ଘୋଟାଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଶୁକ୍ରବାର ଲାଲୁ ଯାଦବଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ୩ ଝିଅ ହେମା, ରାଗିଣୀ ଓ ଚନ୍ଦା ସମେତ ସମୁଦି ଜିତେନ୍ଦ୍ର ଯାଦବଙ୍କ ଘରେ ଚଢଉ କରିଛି । ଦିଲ୍ଲୀ, ମୁମ୍ବାଇ, ନୋଏଡା ଓ ପାଟ୍ନାର ୨୪ ସ୍ଥାନରେ ଇଡି ଅଧିକାରୀମାନେ ଛାନଭିନ୍ କରିଥିବା ଜଣାପଡିଛି । ପାଟ୍ନାରେ ପୂର୍ବତନ ବିଧାୟକ ତଥା ଲାଲୁଙ୍କ ବିଶ୍ୱସ୍ତ ବିଲ୍ଡର ଅବୁ ଦୋଜାନାଙ୍କ ଘରେ ମଧ୍ୟ
ଇଡି ଟିମ୍ ପହଞ୍ଚôଥିଲେ । ଲାଲୁ, ପନôୀ ରାବଡି ଦେବୀ, ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀ ସମେତ ୧୬ ଜଣ ଅଭିଯୁକ୍ତଙ୍କୁ ଆସନ୍ତା ୧୫ ତାରିଖ ଦିନ ଦିଲ୍ଲୀର ରାଉଜ୍ ଏଭେନୁ୍ୟ କୋର୍ଟରେ ହାଜର ହେବା ଲାଗି ସମନ ଜାରି କରାଯାଇଛି । ଗତ ବର୍ଷ ମେ’ ଓ ଅଗଷ୍ଟରେ ଲାଲୁ ଓ ତାଙ୍କ ଆତ୍ମୀୟମାନଙ୍କ ୧୭ ଠିକଣାରେ ସିବିଆଇ ରେଡ୍ କରିଥିଲା । ଏ ସଂକ୍ରାନ୍ତରେ ୧୬ ଜଣଙ୍କ ନାମରେ ଏତଲା ମଧ୍ୟ ରୁଜୁ ହୋଇଥିଲା । ପୁନର୍ବାର ଗତ ଅଗଷ୍ଟ ୨୪ ତାରିଖ ଦିନ ସିବିଆଇ ଅଧିକାରୀମାନେ ଏହି ସମସ୍ତ ଠିକଣାରେ ଚଢଉ କରିଥିଲେ । ଆର୍ଜେଡି ମୁଖିଆ ଲାଲୁଙ୍କ ୭ ଝିଅ ଓ ୨ ପୁଅଙ୍କ ଭିତରୁ ସକ୍ରିୟ ରାଜନୀତିରେ ଦୁଇ ପୁଅ ଓ ଝିଅ ମିସା ଅଛନ୍ତି । ୩ ଝିଅ ରୋହିଣୀ, ଅନୁଷ୍କା ଓ ରାଜଲକ୍ଷ୍ମୀକୁ ଛାଡି ପରିବାରର ଅନ୍ୟ ସମସ୍ତେ ଇଡି, ସିବିଆଇ ଓ ଆଇଟି ରାଡରରେ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *